Pratidin TV

Odisha's Digital News Platform

ବାହାନଗା ଦୁର୍ଘଟଣା ; ଏନଡିଆରଏଫ୍ ଯବାନଙ୍କୁ ପାଣି ସୃଷ୍ଟି କରୁଛି ରକ୍ତର ଭ୍ରମ ..

1 min read

ଭୁବନେଶ୍ୱର : ସରିଲା ବହାନଗା ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ହେଲେ ଅସୁସ୍ଥ ହୋଇପଡିଲେ ଉଦ୍ଧାରକାରୀ ଦଳ । ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଦୀର୍ଘ ୫୧ ଘଣ୍ଟା ଧରି ଚାଲିଥିଲା । ଏଥିରେ ସାମିଲ ଥିଲେ NDRF, ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଏବଂ ସେନାର ୫ ଶହରୁ ଅଧିକ ଯବାନ୍ ।

ଡହ ଡହ ଖରାକୁ ଖାତିର ନକରି ନିଜ ଭୋକ, ଶୋଷ ଓ ନିଦକୁ ଫୁ ମାରି ଲୋକଙ୍କୁ ଜୀବିତ ବଞ୍ଚାଇବାକୁ ପ୍ରାଣପଣେ ଲାଗିପଡିଥିଲେ ଏନଡିଆରଏଫ୍ ଯବାନ୍ ଓ ଅନ୍ୟାନ ଦଳ । କି ଦିନ କି ରାତି ଏହି ବୀର ଯବାନମାନେ ଟ୍ରେନ ତଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚାପିହୋଇ ରହିଥିବା ଶହଶହ ମୃତହତ ମାନଙ୍କୁ ଉଦ୍ଧାର କରିଥିଲେ । ସେହି ସମୟରେ ଅନେକ ଜୀବନ୍ତ ଅବସ୍ତାରେ ଉଦ୍ଧାର ହୋଇଥିଲେ ମଧ୍ୟ ଅନେକଙ୍କ ଖଣ୍ଡବିଖଣ୍ଡିତ ରକ୍ତାତ ଅର୍ଦ୍ଧଶରୀରକୁ ମଧ୍ୟ ଶେଷକୃତ୍ୟ ପାଇଁ ଉଦ୍ଧାର କରିଥିଲେ ଯବାନ । ଦୀର୍ଘ ୫୧ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରେସ୍କ୍ୟୁ ଅପରେଶନ ଶେଷ ହୋଇଯାଇଥିଲା ସତ । କିନ୍ତୁ ସେଇ ୫୧ ଘଣ୍ଟାରେ ଯବାନ ମାନେ ଦେଖିଥିବା କାଳର ସେହି ବିକଟାଳ ରୂପକୁ ଭୁଲି ପାରୁନାହାନ୍ତି ସେମାନେ । ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ସେଇ ଯବାନ ମାନଙ୍କ ମାନସିକ ସ୍ଥିତି ବର୍ତ୍ତମାନ ଦୁର୍ବଳ ରହିଛି । ସାଧାରଣ ପାଣି ଦେଖିଲେ ସେମାନଙ୍କୁ ଡର ଲାଗୁଛି । ଏମିତିକି ଗ୍ଲାସରେ ପାଣି ପିଇବାକୁ ମଧ୍ୟ ସେମାନେ ଭୟ କରୁୁଛନ୍ତି । କାରଣ ସେଇ ବାହାନଗା ରେଳଧାରଣାରେ ବୋହିଥିବା ରକ୍ତର ସମୁଦ୍ର ଯବାନ ମାନଙ୍କ ଦୃଢ ଶକ୍ତ ମନକୁବି ଦୋହଲାଇ ଦେଇଛି ।

Advertisement

ଏନେଇ NDRF ଡିଜି ଅତୁଲ କରୱାଲ ଯବାନ ମାନଙ୍କ ଅନୁଭୂତି ବଖାଣିବାକୁ ଯାଇ କହିଛନ୍ତି ଯେ – ‘ଯବାନ ମାନେ ଉଦ୍ଧାର କାର୍ଯ୍ୟରୁ ଫେରି ଭୟଭୀତ ଅବସ୍ଥାରେ ଅଛନ୍ତି । ପାଣି ସେମାନଙ୍କୁ ରକ୍ତର ଭ୍ରମ ସୃଷ୍ଟି କରିଛି । ଶୋଷ ଲାଗିଲେ ବି ସେମାନେ ପାଣି ପିଇବାକୁ ଭୟ କରୁଛନ୍ତି । ଅନ୍ୟ କିଛି ଯବାନ ଖାଇବା ମଧ୍ୟ ବନ୍ଧ କରିଦେଇଛନ୍ତି । ସେଇ ଭୟଙ୍କର ଦୁର୍ଘଟଣାର ଲୋକହର୍ଷଣକାରୀ ଦୃଶ୍ୟ ସେମାନେ ଆଜି ଯାଏଁ ବି ଭୁଲି ପାରୁନାହନ୍ତି ‘। ଏସବୁକୁ ଦୃଷ୍ଟିରେ ରଖି ଡିଜି ଶ୍ରୀ କରୱାଲ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ସମସ୍ତ ଯବାନ ମାନଙ୍କ ପାଁ ଏକ ମାନସିକ ଶିବିର କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଯେଉଁଥିରେ ମାନସିକ ରୋଗ ବିଶେଷଜ୍ଞ ଯବାନମାନଙ୍କ ମାନସିକ ସ୍ଥିତିକୁ ଯାଞ୍ଚକରି ଉପଯୁକ୍ତ ପରାମର୍ଶ ଦେବେ ଯେଉଁଭଳିି ସେମାନେ ଖୁବ୍ ଶୀଘ୍ର ଏହି ଦୁର୍ଘଟଣାକୁ ଭୁଲି ନିଜ ପୂର୍ବ ଅବସ୍ଥାକୁ ଫେରିପାରିବେ ।

Leave a Reply

Your email address will not be published. Required fields are marked *