ବାହାନଗା ଦୁର୍ଘଟଣା ପରେ ଘୁଞ୍ଚିଲା ଫିଲ୍ମ ‘ଲଭ ଇନ ଲଣ୍ଡନର’ ରିଲିଜ୍ ଡେଟ୍ …
1 min readକଟକ : ବାହାନଗାର ଭୟଙ୍କର ଦୁର୍ଘଟଣା ପରେ ଅଭିନେତା ତଥା ସାଂସଦ ଅନୁଭବ୍ ଘୁଞ୍ଚାଇଲେ ଫିଲ୍ମ ଲଭ୍ ଇନ୍ ଲଣ୍ଡନର ରିଲିଜ୍ ଡେଟ୍ । ତେବେ ଜୁନ୍ ୯ ପରିବର୍ତ୍ତେ ଜୁନ୍ ୧୩ ରେ ରିଲିଜ୍ ହେବ ସିନେମା ଲଭ୍ ଇନ୍ ଲଣ୍ଡନ ।
ଗତ ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ସମସ୍ତେ ମର୍ମାହତ ଥିବାବେଳେ ସିନେମା ଲଭ୍ ଇନ୍ ଲଣ୍ଡନକୁ ଜୁନ୍ ୯ ତାରିଖରେ ରିଲିଜ୍ ନ କରିବାକୁ ସୁପରଷ୍ଟାର ଅନୁଭବ ମହାନ୍ତି ଫିଲ୍ମ ର ପ୍ରଯୋଜକଙ୍କୁ ଅନୁରୋଧ କରିଥିଲେ । ତେବେ ଫିଲ୍ମର ପ୍ରଯୋଜକ ଅନୁଭବ ମହାନ୍ତିଙ୍କ କଥାକୁ ରଖିବା ସହ ଆସନ୍ତା ଜୁନ୍ ୧୩ରେ ଲଭ୍ ଇନ୍ ଲଣ୍ଡନ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।
କେବଳ ସେତିକି ନୁହେଁ ସିନେମାର ୧୦% ପ୍ରତିଶତ ଲାଭ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦିଆଯିବ ବୋଲି କହିଛନ୍ତି ଅନୁଭବ ମହାନ୍ତି । ଏଭଳି ଦୁଃଖ କାହାରି ଜୀବନରେ କେବେ ନ ଆସୁ ଏବଂ ଏ ଅସମୟରେ ଆମର ଏହି ଛୋଟିଆ ପଦକ୍ଷେପକୁ ଆପଣମାନେ ସହଯୋଗ, ସମର୍ଥନ ଓ ଆଶିର୍ବାଦ କରିବେ ବୋଲି ଆମର ଦୃଢ଼ ଆଶା ଓ ବିଶ୍ବାସ ରହିଛି ବୋଲି ମତ ଦେଇଛନ୍ତି ଅନୁଭବ ମହାନ୍ତି ।