ଗ୍ରାମବାସୀଙ୍କ ଆକ୍ରୋଶରେ ଜଳିଗଲା ଜଳନ୍ଧରଙ୍କ ସର୍ବଶ୍ୱ , କୂଅକୁ ପୋତି ଜାଳିଦେଲେ ଘର …
1 min readଖୋର୍ଦ୍ଧା : ଖୋର୍ଦ୍ଧା ଭୂଷଣ୍ଡପୁର ଗୋବର୍ଦ୍ଧନ ପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭୂଷଣ୍ଡପୁର ଗୋବର୍ଦ୍ଧନ ପୁର କଲୋନୀର ଜଳନ୍ଧର ପ୍ରଧାନଙ୍କ ଘରେ ନିଆଁ ଲଗାଇ ପୋଡିଦେଲେ ଝାନସିପାଟଣା ଗ୍ରାମବାସୀ। ନିଆଁରେ ଜଳିଗଲା ଜଳନ୍ଧରଙ୍କ ସର୍ବଶ୍ୱ ସମ୍ପତ୍ତି।
ଜଳନ୍ଧର ଦୀର୍ଘଦିନ ହେବ ତାଙ୍କ ପରିବାର ଧରି ଗୋବର୍ଦ୍ଧନ ପୁର କଲୋନୀରେ ସପରିବାର ବସବାସ କରୁଥିବା ବେଳେ ଝାନସିପାଟଣା ଗ୍ରାମବାସୀ ମାନେ ଉକ୍ତ ଜାଗାକୁ ଶ୍ମଶାନ ଜମି ବୋଲି ଦାବି କରି ଆସୁଥିଲେ । ଦୀର୍ଘଦିନ ଧରି ସମସ୍ୟା ଲାଗିରହିଥିବା ନେଇ ଜିଲ୍ଲା ପ୍ରଶାସନ ଅବଗତ ଅଛି। ଶ୍ମଶାନ କିଶମ ଜମିରେ କେତେକ ବ୍ୟକ୍ତି ଦୀର୍ଘଦିନ ଧରି ବସବାସ କରୁଥିବା ଜଣାପଡିଛି।ଉକ୍ତ ଜାଗାରୁ ଜଳନ୍ଧର କୁ ଉଠାଇବା ପାଇଁ ଦାବି କରି ଗୁରୁବାର ଝାନସିପାଟଣା ଗ୍ରାମର ଗ୍ରାମବାସୀ ମାନେ ସଂଘବଦ୍ଧ ହୋଇ ଜଳନ୍ଧରଙ୍କ ଘରଠାରେ ପହଞ୍ଚି ପ୍ରଥମେ ତାଙ୍କ ଘରର ପାଚେରୀ ଭାଗିଂଦେଇଥିଲେ ।
ଏହାପରେ ଘରର କୂଅ ପୋତିବା ପରେ ଘରେ ନିଆଁ ଲଗାଇ ଦେଇଥିଲେ । ତେବେ ତୁରନ୍ତ ଜଳନ୍ଧରଙ୍କ ସ୍ତ୍ରୀ ଏନେଇ ପୋଲିସକୁ ଖବର ଦେଇଥିଲେ । ଭୂଷଣ୍ଡପୁର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ଘରର ସମସ୍ତ ଆସବାବପତ୍ର ପୋଡି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି।