Pratidin TV

Odisha's Digital News Platform

ପୁଣି ବାଲେଶ୍ୱରରେ ଟ୍ରେନ୍ ଦୁର୍ଘଟଣା ..

1 min read

ଜଳେଶ୍ୱର : ପୁଣି ବାଲେଶ୍ୱରରେ ଅଘଟଣ । କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ଏମିତି ଘଟଣା ଦକ୍ଷିଣପୂର୍ବ ରେଳପଥର ରୁପ୍ସା ରେଳ ଷ୍ଟେସନ ନିକଟରେ ଘଟିଛି । ପଶ୍ଚିମବଙ୍ଗରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ ଦୁଇଦିନ ଧରି ରୁପସା ଷ୍ଟେସନରେ ଛିଡ଼ା ହୋଇଥିଲା ।

ଆଜି ସକାଳେ ଏହି ଟ୍ରେନରୁ ଧୂଆଁ ବାହାରିବାରୁ ନିଆଁଲାଗି ଥିବା ଅନୁମାନ କରି ଷ୍ଟେସନ କର୍ମଚାରୀ ଦମକଳ ସାହାଯ୍ୟରେ ପାଣି ପକାଇଥିଲେ , ଫଳରେ ଧୂଆଁ ବନ୍ଦ ହେବାରୁ ଗାଡ଼ିଟି ଷ୍ଟେସନରୁ ଛଡାଯାଇଛି । ବାହାନଗା ଦୁର୍ଘଟଣାର ଭୟ ଲୋକଙ୍କ ମନରୁ ନଲିଭିଣୁ ରାଜ୍ୟରେ ଗୋଟେ ପରେ ଗୋଟେ ଟ୍ରେନ ଦୁର୍ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।

Advertisement

Leave a Reply

Your email address will not be published. Required fields are marked *