Pratidin TV

Odisha's Digital News Platform

ଜୀବନର ଶେଷ ମଞ୍ଚ ସାଜିଲା ଭଞ୍ଜକଳାମଣ୍ଡ ; ଗୀତଗୋବିନ୍ଦ ପ୍ରଦର୍ଶନୀ ପାଇଁ ମାଲେସିଆରୁ ଦୈଡି ଆସିଥିଲେ ନୃତ୍ୟ ଗୁରୁ ହେଲେ…

1 min read

ଭୁବନେଶ୍ୱର : ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହି କହିପାରିବେ ନାହିଁ । ନିକଟରେ ମୃତ୍ୟୁକୁ ଆଖି ସାମ୍ନାରେ ଦେତ୍କଥିଲେ ବାହନଗା ଦୁର୍ଘଟଣାର ଶୀକାର ହୋଇଥିବା ଲୋକ । ସେଦିନ ବି ଶହ ଶହ ଲୋକଙ୍କ ପାଇଁ କାଳ ସାଜିଥିଲା ଶୁକ୍ରବାର ଆଉ ଗତକାଲି ମଧ୍ୟ ନୃତ୍ୟଗୁରୁ ଶ୍ରୀଗଣେଶନଙ୍କ ପାଇଁ କାଳ ସାଜିଲା ଶୁକ୍ରବାର । ନୃତ୍ୟ ପରିବେଷଣ ଡରେ ମଞ୍ଚ ଉପରେ ଟଳିପଡିଲେ ନୃତ୍ୟଗୁରୁ । ଜୀବନର ଶେଷ ସନ୍ଧ୍ୟା ପାଲଟିଲା ଶୁକ୍ରବାର ।

ସୂଚନାଯୋଗ୍ୟ ଯେ ଗତକାଲି ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିଲା ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ନୃତ୍ୟ ଗୁରୁ ଶିଳ୍ପୀ ଯୋଗଦେଇଥିଲେ। ଦେଶ ବାହାରୁ ମଧ୍ୟ ବହୁ କଳାକାର ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ। ଗତକାଲି ତୃତୀୟ ସନ୍ଧ୍ୟାରେ ମ୍ୟାଲେସିଆରୁ ଆସିଥିବା ଭାରତ ନାଟ୍ୟମ୍ ନୃତ୍ୟ ଗୁରୁ ଶ୍ରୀଗଣେଶ ନୃତ୍ୟ ପରିବେଷଣ କରିଥିଲେ। ଶ୍ରୀଗଣେଶନଙ୍କ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ତେବେ ଏହାର ପର ପର୍ଯ୍ୟୟର ନୃତ୍ୟପରିବେଷଣ ପାଇଁ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ହୋଇଥିଲା।

Advertisement

ଅତିଥିଙ୍କ ଗହଣରେ ନୃତ୍ୟ ଗୁରୁ ଶ୍ରୀଗଣେଶନ ଦୀପ ପ୍ରଜ୍ଜ୍ୱଳନ କରି ଷ୍ଟେଜରେ ଠିଆ ହୋଇଥିବାବେଳେ ହଠାତ୍ ଟଳି ପଡିଥିଲେ । ଏହାଦେଖି ସେଠାରେ ଉପସ୍ଥିତ ଥିବା ଡାକ୍ତର ଓ ଅନ୍ୟ ସଦସ୍ୟ ଷ୍ଟେଜ୍ ଉପରକୁ ଦୈଡି ଯାଇଥିଲେ । ପାଣି ଛଟାଛଟି କରି ଡାକ୍ତର ତାଙ୍କୁ ଚେକ୍ କରିଥିଲେ । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ନୃତ୍ୟ ଗୁରୁ ଶ୍ରୀ ଗଣେଶନଙ୍କ ମୃତ୍ୟୁରେ ସାରା ଦେଶରେ ଶୋକାକୂଳ ପରିବେଶ ଛାଇ ଯାଇଛି ।

Leave a Reply

Your email address will not be published. Required fields are marked *