Pratidin TV

Odisha's Digital News Platform

(ଭିଡିଓ) ପାୱାରକଟ୍ କେଉଁଠିବିି ହେଉନାହିଁ , ପବନ ଯୋଗୁଁ ବିଜୁଳି କାଟିବାକୁ ବାଧ୍ୟ– ଶକ୍ତିମନ୍ତ୍ରୀ ପ୍ରତାପ ଦେବ ..

1 min read

ଭୁବନେଶ୍ୱର : ପୁଣି ପାୱାରକଟ୍ ପ୍ରସଙ୍ଗକୁ ନେଇ ପ୍ରେସମିଟ୍‌ରେ ତାତିଲେ ଶକ୍ତିମନ୍ତ୍ରୀ ପ୍ରତାପଦେବ । କହିଲେ ପାୱାରକଟ୍ କେଉଁଠିବି କରାଯାଉ ନାହିଁ । କାଳବୈଶାଖିର ପ୍ରଭାବ ଦ୍ୱାରା ଏଭଳି ବିଦ୍ୟୁତ୍ କାଟିବାକୁ ଆମେ ବାଧ୍ୟ । କାରଣ କାଳବୈଶାଖୀ ପବନ ଦ୍ୱାରା ଅନେକ ଜାଗାରେ ଖୁଣ୍ଟି ଗୁଡିକ ଭାଙ୍ଗିପଡୁଛି ବା ଉପୁଡିଯାଉଛି ନଚେତ୍ ତାର ଛିଡିଯାଉଛି । ଆଉ ଏସବୁକୁ ପୁଣିଥରେ ସଜାଡିବା ପାଇଁ କିଛି ସମୟ ଲାଗିଥାଏ । ତାମାନେ ନୁହଁ ଏହାକୁ ପାୱାରକଟ୍ କୁହାଯିବ । ପାୱାରକଟ୍ ଅର୍ଥ ରାଜ୍ୟ ସରକାର ପାଖରେ ସେତିକି ପାୱାର ନାହିଁ ଯାହାଦ୍ୱରା ସେ ବିଦ୍ୟୁତ୍ ଯୋଗାଇପାରୁନାହନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଆମ ପାଖରେ ଆବଶ୍ୟକତାଠାରୁ ପର୍ଯ୍ୟପ୍ତ ପରିମାଣରେ ବିଦ୍ୟୁତ୍ ଅଛି ।

Advertisement

Leave a Reply

Your email address will not be published. Required fields are marked *