Pratidin TV

Odisha's Digital News Platform

କାହା ପାଇଁ ସରକାରଙ୍କ ଅସହାୟ ଯୋଜନା ? ଛେଳି ଗୁହାଳରେ ଦିନ କାଟୁଛନ୍ତି ଦିବ୍ୟଙ୍ଗ ଦମ୍ପତି ….

1 min read

ପୁରୀ : ବିଚିତ୍ର ଏ ଦୁନିଆଁ କିଏ ବିଳାସପୂର୍ଣ୍ଣ ଶିତ ଉତ୍ତାପ ବଙ୍ଗଳାରେ ରହୁଛି ତ କିଏ ରାସ୍ତାକଡ ଓ ଗଛମୂଳେ ଦିନ ଓ ରାତି କାଟୁଛି। ଏଠି କେହି କେହି ସୁସ୍ଵାଦୁ ଭୋଜନ ଖାଇ ଫିଙ୍ଗୁଥିବା ବେଳେ ମୁଠାଏ ଖାଇ ଜୀବନ ବଞ୍ଚାଇବା ପାଇଁ ଲୋକଙ୍କ ପାଖରେ ଦାନା ନାହିଁ। ଏହି ସଭ୍ୟ ସମାଜର ମଣିଷମାନେ ମଦ ପିଇବା ସହିତ କୁପଥରେ ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅସହାୟ ଲୋକଟି ଟିକକ ଔଷଧ ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି।

ଆମେ କହୁଛୁ ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ପଞ୍ଚାୟତ ପଥର ପଦା ଗାଁର ଗରିବ ଅସହାୟ ମହିଳା ରେଣୁ ଦାସଙ୍କ କଥା ।ରେଣୁ ଦାସ ବୟସ ପାଖାପାଖି ୫୩ ବର୍ଷ ।ସେ ଜନ୍ମରୁ ଶାରୀରିକ ଅକ୍ଷମ।ସ୍ବାମୀ ବେଣୁଧର ଦାସ ବୟସ ୫୮ ବର୍ଷ । ଦୁହିଁଙ୍କ ଜୀବନରେ ଦୁଃଖ କହିଲେ ନସରେ ରେଣୁତ ଜନ୍ମରୁ ଭିନ୍ନକ୍ଷମ ହାତ ଧରି ଯାହା ସହ ସାରା ଜୀବନ ବାଟ ଚାଲିବେ ଭାବିଥିଲେ ଏବେ ସେ ବି ଶର୍ଯ୍ୟାସାୟୀ । କିଛି ଦିନ ତଳେ ଏକ ପାଣି ପାଇପ ପାଇଁ ଖୋଳା ଯାଇଥିବା ଏକ ଗାତ ରେ ପଡି ମେରୁଦଣ୍ଡରେ ଆଘାତ ଲାଗିଛି ଯାହା ଫଳରେ ସେ ବଞ୍ଚିବା ପାଇଁ ଜୀବନ ସହ ସଂଗ୍ରାମ କରୁଛନ୍ତି । ତାଙ୍କ ପାଖରେ ଔଷଧ କିଣିବା ପାଇଁ ପଇସା ନାହିଁ ।ରେଣୁ ଦାସ ଜଣେ ଶାରିରୀକ ଅକ୍ଷମ ବ୍ୟକ୍ତି ହୋଇଥିବାରୁ ସ୍ବାମୀକୁ ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ଦି ଓଳି ଦି ମୁଠା ଖାଇବା ତାଙ୍କ ପକ୍ଷେ ସମ୍ଭବ ନୁହେଁ।ସେ ଜଣେ ଶାରିରୀକ ଅକ୍ଷୟ ବ୍ୟକ୍ତି ତାଙ୍କୁ ଆଜି ସରକାରୀ ମିଳିପାରି ନାହିଁ।ସେ ସ୍ଥାନୀୟ ଲୋକ ପ୍ରତିନିଧି ଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଯାଇ ଯାଇ ପାଦ ରୁ ଚପଲ ଛିଣ୍ଡି ଗଲାଣି କିନ୍ତୁ ତାଙ୍କୁ ଏ ପର‌୍ୟ୍ୟନ୍ତ ନା ମିଳିଲା ଘର ନା ମିଳିଲା ଭତା କୌଣସି ବି ସରକାରୀ ସାହାଯ୍ୟ ମିଳି ପାରିଲା ନାହିଁ ।

Advertisement

ସେ ଯେଉଁ ଘରେ ବାସ କରୁଛନ୍ତି ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନି ।ଦିନରେ ଖରା ଆଉ ରାତିରେ ତାରା ଦେଖୁ ଛନ୍ତି ଏହି ଦମ୍ପତି ।ଗୋଟିଏ ପଲିଥିନ ଜରି କୁଢ଼ିଆ ଘର ଭିତରେ କିଛି ଛେଳି ଆଉ ଦମ୍ପତି ଏକାଠି ଜୀବନ ବିତାଉଛନ୍ତି । ଏହି ପଞ୍ଚାୟତରେ ବହୁ ଧନୀ ଶ୍ରେଣୀର ବ୍ୟକ୍ତି ମାନେ ଘର ପାଇଥିବା ବେଳେ ଗରିବ ଶ୍ରେଣୀ ର ଲୋକ ମାନେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି ।ଜନ୍ମରୁ ଶାରିରୀକ ଅକ୍ଷମ ମହିଳା ରେଣୁ ଦାସ ଙ୍କୁ ପ୍ରଶାସନ ତରଫରୁ ଭତା ଏବଂ ଏକ ଘର ଦେବା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ଦେଖିବାକୁ ବାକି ରହିଲା କେବେ ଏହି ଶାରିରୀକ ଅକ୍ଷମ ବ୍ୟକ୍ତି ରେଣୁ ଦାସ ଙ୍କୁ ପ୍ରଶାସନ ତରଫରୁ ଭତା ଓ ଘର ମିଳୁଛି ନା ସେହି ଛେଳି ଗୁହାଳ ଭିତରେ ସାରା ଜୀବନ କାଟୁଛନ୍ତି ।

Leave a Reply

Your email address will not be published. Required fields are marked *