Pratidin TV

Odisha's Digital News Platform

(ଭିଡିଓ)ଡିଜେ ଆଜେକ୍ସଙ୍କ ପରିବାରକୁ ହତ୍ୟା ଧମକ୍ …

1 min read

ଭୁବନେଶ୍ୱର : ଚର୍ଚ୍ଚିତ ଡିଜେ ଆଜେକ୍ସଙ୍କ ମୃତ୍ୟୁକୁ ନେଇ ପୋଲିସର ଢିଲା କାର୍ଯ୍ୟାନୁଷ୍ଠାନରେ ବଳି ପଡୁଛି ଆଜେକ୍ସଙ୍କ ପରିବାର । ନିକଟରେ ଆଜେକ୍ସଙ୍କ ପରିବାରକୁ ହତ୍ୟା ଧମକ୍ ମିଳିଥିବା ନେଇ ଅଭିଯୋଗ ହେଇଛି । ଏହା ସହ ଆଜେକ୍ସଙ୍କ ଓକିଲ (ନିହାର ରଞ୍ଜନ ଓଝା) କିଛି ଏଭଳି ବିସ୍ପୋରକ ବୟାନ ଦେଇଛନ୍ତି ଯାହା ଏଇ ଘଟଣାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ତାଙ୍କ କହିବା ଅନୁଯାୟୀ ପୋଲିସ ଆଜେକ୍ସଙ୍କ କେସର ତଦନ୍ତ ପାଇଁ ଆଜେକ୍ସଙ୍କ ୨ଟି ଫୋନ ନେଇଥିଲା । ତେବେ ସେଇ ୨ଟି ଫୋନରେ ଆଜେକ୍ସ ରଶ୍ମି ଏବଂ ଜିଜ୍ଞାସା ବିରୁଧରେ ସବୁ ପ୍ରାମଣ ରଖିଥିଲା । ଯାହା ନିଜେ ରଶ୍ମି ପଠାଇଥିଲା ଆଜେକ୍ସକୁ । ଏହା କେବେବି ତ୍ରୀକୋଣିୟ ପ୍ରେମ ନୁହେଁ ବରଂ ଆଜେକ୍ସକୁ ଟଙ୍କା ପାଇଁ ଫସାଇଥିଲେ ଜିଜ୍ଞାସା ଓ ରଶ୍ମି । ଟଙ୍କା ଖାଇବା ପରେ ତାକୁ ରଶ୍ମି ଏବଂ ଜିଜ୍ଞାସା ଉଭୟଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ପଠାଇ ପିଛାଛାଡିବାକୁ ମାନସିକ ନିର୍ଯ୍ୟତନା ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *