Pratidin TV

Odisha's Digital News Platform

ଅସହ୍ୟ ତାତିରୁ ନିସ୍ତାର ; ୭ ଜିଲ୍ଲାକୁ ବର୍ଷା ସହ ଘଡଘଡି ଆଲର୍ଟ

1 min read

ଭୁବନେଶ୍ୱର : ଅସହ୍ୟ ତାତିରୁ ରାଜ୍ୟବାସୀଙ୍କୁ ମିଳିଲା ନିସ୍ତାର । ୧୨ ତାରିଖ ରାତିରୁ ଓଡିଶାରେ ଝଡ ସହ ବର୍ଷା ଦେଖାଦେଇଛି। ତେବେ ସଜବାଜରୁ ଆରମ୍ଭ ହୋଇଯାଇଛି ରଜପାଗ । ୪୨ ଡିଗ୍ରୀ ତାମାତ୍ରାକୁ ଫୁ କରି ପାଗ ପରିବର୍ତ୍ତନ କରିଦେଇଛି କାଳ ବୈଶାଖି । ଗତକାଲି ରାତିରେ ଭୁବନେଶ୍ୱର , କଟକ , କେନ୍ଦ୍ରାପଡା,ଜଗତସିଂହପୁର ଓ ପୁରୀ ସମେତ ଅନେକ ଜିଲ୍ଲା ଗୁଡିକରେ ଘଡଘଡି ସହ ବର୍ଷା ହୋଇଛି ।

ସେହିଭଳି ଆଜି ୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ଜାରି କରାଯାଇଛି। ୭ ଜିଲ୍ଲାବାସୀ ୩ ଘଣ୍ଟା ପାଇଁ ସତର୍କ ରହିବାକୁ କୁହାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଞ୍ଜାମ ଓ ଗଜପତି ।

Advertisement

ତେବେ ଅସହ୍ୟ ତାତି ଯୋଗୁ ଏଥରର ରଜ ଗୁଳୁଗୁଳିରେ କଟିବ ବୋଲି ଜଣାପଡିଥିଲା । କିନ୍ତୁ ଗତକାଲିର କାଳବୈଶାଖି ପ୍ରଭାବରେ ପାଗର ପରିବର୍ତ୍ତନ ଯୋଗୁ ଲୋକମାନଙ୍କ ମନରେ ରଜକୁ ନେଇ ଉତ୍କଟା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *