Pratidin TV

Odisha's Digital News Platform

ପହିଲି ରଜରେ ଅଘଟଣ : ଗାଡି ଦୁର୍ଘଟଣାରେ ଚାଲିଗଲେ ଗୋଟିଏ ପରିବାରର ୫ ଜଣ …..

1 min read

ବଲାଙ୍ଗୀର : ପହିଲି ରଜରେ ଅଘଟଣ । ଜଳିଲା ଗୋଟିଆ ପରିବାରରୁ ୫ ଜୁଇ । ମଙ୍ଗଳବାର ମଧ୍ୟରାତ୍ରୀରେ ବଲାଙ୍ଗୀର ସହରଠାରୁ ୩କିଲୋମିଟର ଦୂର ଛୁଇଁ ବନ୍ଧ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଙ୍କ ଅବସ୍ଥା ଗୁରୁତର ରହିଛି । ସମ୍ବଲପୁର ଜାତୀୟ ରାଜପଥ ନମ୍ବର ୨୬ , ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଛୁଇବନ୍ଧ ସ୍ଥିତ ସୋନୁ ମୋଟର ସମ୍ମୁଖରେ ମର୍ମନ୍ତୁଦ କାର ଦୁର୍ଘଟଣାରେ ୫ଜଣଙ୍କ ଶୋଚନୀୟ ଭାବେ ମୃତ୍ୟୁ ହୋଇଛି ଓ ଦୁର୍ଘଟଣାରେ ଅନ୍ୟ ଦୁଇ ଗୁରୁତର ହୋଇ ଭୀମ ଭୋଇ ଡାକ୍ତଖାନାରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ପୁରୁଷ, ଜଣେ ମହିଳା ଓ ୨ ଶିଶୁ ରହିଛନ୍ତି ।

ସୂଚନା ଅନୁସାରେ, ବଲାଙ୍ଗିର ସହର ଜଗନ୍ନାଥ ପଡାର ଡକ୍ଟର ଜୟନ୍ତ ନାୟକଙ୍କ ପରିବାରର ପୁଅ ଆତ୍ମଜ ନାଏକ (୨୬) , ମା ଆରତୀ ନାଏକ, ତାଙ୍କ ଭଉଣୀ କନ୍ଧପାଲି ପଡ଼ାର ଇପ୍ସିତା ସାଏ (୨୪), ଇପ୍ସିତାଙ୍କ ଝିଅ ରିଆ (୪), ସଦାଇପାଲିର ଦିପ୍ତିରଞ୍ଜନ ସାଏ (୩୪), ଦିପ୍ତିରଞ୍ଜନ୍ ଙ୍କ ପତ୍ନୀ ରଶ୍ମିତା ସାଏ, ଝିଅ ଶ୍ରିନିକା ସିମନ୍ତିନି ସାଏ(୫) ସମୁଦାୟ ୭ଜଣ ଏକ ସ୍ଵିଫ୍ଟ ଡିଜାର କାରରେ ଆଗଲପୁର ବ୍ଲକ ଡୁଡୁକା ଗାଁରୁ ସମ୍ପର୍କୀୟର ବାହାଘରରେ ଯୋଗଦେଇ ରାତିରେ ବଲାଙ୍ଗୀର ଘରକୁ ଫେରୁଥିଲେ ।

Advertisement

ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେରେ ଛୁଇବନ୍ଧ ନିକଟ ସୋନୁ ମୋଟର ସମ୍ମୁଖରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ କାର ପଛପଟୁ ଜୋରରେ ଧକ୍କା ଦେଇ ଟ୍ରକ ଭିତରେ ପଶି ଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ଆତ୍ମଜ, ଇପ୍ସିତା, ଶ୍ରୀନିକା ସିମନ୍ତିନି, ଦିପ୍ତିରଞ୍ଜନ ଓ ରୀଆଙ୍କୁ ମୃତ ଘୋଷଣା କରିଛନ୍ତି । ୨ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ହସ୍ପିଟାଲ୍କୁ ସ୍ଥାନନ୍ତରିତ କରାଯାଇଥିଲା । ଏବେ ବି ଦିଜଣ ଙ୍କ ଅବସ୍ଥା ସଙ୍କଟ।ପନ୍ନ ରହିଛି । ବଲାଙ୍ଗୀର ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସଦର ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଜି ମୃତ ବ୍ୟକ୍ତି ମାନଙ୍କ ଭୀମ ଭୋଇ ମେଡିକାଲ ହସ୍ପିଟାଲରେ ପୋଷ୍ଟ ମର୍ଟମ କରାଯାଇ ପରିବାର ଲୋକଙ୍କୁ ଶବ ବ୍ୟବଛେଦ ପାଇଁ ହସ୍ତାନ୍ତର କାଯାଇଥିଲା। ଆମ୍ବୁଲାନ୍ସରେ ମୃତ ମାନଙ୍କୁ ଘରକୁ ଆଣିବା ପରେ ଶୋକା କୂଳ ପରିବେଶ ଦେଖିବାକୁ ମିଳିଥିଲା । ଘର ସାମନା ଓ ଭିତରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା । ପରେ ଶ୍ମଶାନ ଘାଟରେ ସମସ୍ତ ଙ୍କର ଅନ୍ତୀମ ଶକ୍ତ।ର କରାଯାଇଥିଲା।

Leave a Reply

Your email address will not be published. Required fields are marked *