Pratidin TV

Odisha's Digital News Platform

ମୁଣ୍ଡରୁ ଉଠିଗଲା ବାପାଙ୍କ ହାତ : ଟ୍ୟୁସନ କରି ଘର ଚଳାଉଛନ୍ତି ଟପ୍ପର ଛାତ୍ରୀ

1 min read

ଭଦ୍ରକ : କଠିନ ପରିଶ୍ରମ ହିଁ ସଫଳତାର ଚାବି କାଠି । ତାହା ପ୍ରମାଣ କରି ଦେଖାଇଛନ୍ତି ମେଧାବୀ ଛାତ୍ରୀ ରାଧାରାଣୀ । ନିଜେ ଗାଁରେ ଟ୍ୟୁସନ କରି ପରିବାର ପୋଷିବା ସହ ନିଜର ଭବିଷ୍ୟତ ଗଢୁଛନ୍ତି। ୨ ବର୍ହ ତଳେ ସବୁଦିନ ପାଇଁ ଛାଡିଚାଲିଯାଇଥିଲେ ବାପା । ହେଲେ ପରିସ୍ଥିତି ଆଗରେ କେବେବି ଭାଙ୍ଗି ନାହାନ୍ତି ରାଧାରାଣୀ । ପାଠ ପଢା ସହ ଘରର ସମସ୍ତ କାମ ଓ ଟ୍ୟୁସନ କରି ଆଜି ଯୁକ୍ତ ଦୁଇ ପରୀକ୍ଷାରେ କଲେଜ ଟପ୍ପର ହୋଇଛନ୍ତି। ତାଙ୍କର ସଫଳତା ପାଇଁ ତାଙ୍କୁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ଓ ଅଭିନନ୍ଦନ। ଯଦି ଆଗକୁ ପଢିବେ ଓ ବଢିଵେ ସେଥିପାଇଁ ଆବଶ୍ୟକ ରହିଛି ଅର୍ଥ।

ଚଳିତ ବର୍ଷ ଯୁକ୍ତ କଳାର ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ତିହିଡି ବ୍ଲକ ପାଳିଆବିନ୍ଧାସ୍ଥିତ ଵିରଞ୍ଚି ନାରାୟଣ ମାଧବାର୍ଜ୍ଜୁନ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟର ଛାତ୍ରୀ ରାଧାରାଣୀ ମହାଳିକ ୫୦୯ ନମ୍ଵର ରଖି କଲେଜ ଟପ୍ପର ହୋଇଛନ୍ତି। ତାଙ୍କ ଘରେ ପାଳିଆବିନ୍ଧାସ୍ଥିତ ସାନହାଟୁଆରୀ ଗାଁରେ । ଘର ଆଗରେ ଗାଁରେ କୁନି କୁନି ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି କଲେଜ ଟପ୍ପର। ଵାପା ସ୍ବର୍ଗତଃ ଗଦାଧର ମହାଳିକ ଦୁଇ ବର୍ଷ ପୂର୍ବେ ଦୁରାରୋଗ୍ୟରେ ମୃତ୍ୟୁ ବରଣ କରିବା ପରେ ପରିବାରର ସମସ୍ତ ବୋଝ ରାଧାରାଣୀଙ୍କ ଉପରେ । ନିଜେ ପଢିବେ, ସାନ ଭାଇକୁ ପଢାଇଵେ, ତାପରେ ଘରର ଖର୍ଚ୍ଚ ବହନ କରିଵେ। ଘର ବୋଲି ଝାଟିମାଟିର ଚାଳ ଘର । ଏଥିରେ ରୁହନ୍ତି ରାଧାରାଣୀ, ତାଙ୍କ ମାଆ, ସାନ ଭାଇ, ଜେଜେ ଓ ଜେଜେ ମାଆ। ରାଧାରାଣୀ ନିଜେ ଜଣେ ଭଲ ଛାତ୍ରୀ। ତେଣୁ ଘର ପାଖ କଲେଜରେ ପାଠ ପଢିବା ସହ ସାନ ଭାଇକୁ ପଢାନ୍ତି । ସମୟ ମିଳିଲେ ଘରର ସମସ୍ତ କାମରେ ମାଆ ଓ ଜେଜେଙ୍କୁ ସାହାଯ୍ୟ କରନ୍ତି। ତାହା ସହ ବିଲବାଡି କାମ ମଧ୍ୟ କରନ୍ତି । କହିବାକୁ ଗଲେ ରାଧାରାଣୀ ବୋଲି ଝିଅ କୋଟିକରେ ଗୋଟିଏ ବା ସର୍ବଗୁଣ ସର୍ମ୍ପର୍ଣ୍ଣା । ଗାଁରେ କିଛି ପିଲାଙ୍କୁ ଟ୍ୟୁସନ କରନ୍ତି ସେଥିରୁ ଯାହା ମିଳେ ସେଥିରେ ପରିବାରର ଆର୍ଥିକ ସହାୟତା ଯୋଗାଇ ଥାଆନ୍ତି। ତାଙ୍କର ସଫଳତାର ଶ୍ରେୟ ସେ ପରିବାରର ଲୋକମାନଙ୍କୁ, ଶିକ୍ଷକଙ୍କୁ ଓ ନିଜର ପରିଶ୍ରମକୁ ଦିଅନ୍ତି।

Advertisement

ରାଧାରାଣୀ କଲେଜ ଟପ୍ପର ହେଵା ପରେ ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛା ମିଳିଛି। କଲେଜରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଛନ୍ତି। ତାଙ୍କର ଆଗାମୀ ଭଵିଷ୍ୟତ ଉଜ୍ଜ୍ବଳମୟ କାମନା କରିଛନ୍ତି ଅଧ୍ୟାପକ। ସଫଳତା ପଥରେ ଅନେକ ଵାଧା ଵିଘ୍ନ ଆସେ ହେଲେ ନିଜ ସ୍ଥିରଚିତ ଓ ଏକାଗ୍ରତା ରାଧାରାଣୀଙ୍କୁ ସଫଳତା ଆଣି ଦେଇଛି। ତେବେ ତାଙ୍କୁ ଆଗକୁ ପଢିବାକୁ ଓ ବଢିବାକୁ ସହ ସହାୟତାର ଆବଶ୍ୟକତା ରହିଛି। ତେଣୁ ସରକାରୀ ହେଉ କିମ୍ବା ବେସରକାରୀ ହେଉ ସ୍ତରରେ ସହାୟତା ମିଳିଲେ ସେ ନିଶ୍ଚିତ ସଫଳତାର ପାହାଚ ଚଢି ପାରିବେ।

Leave a Reply

Your email address will not be published. Required fields are marked *