Pratidin TV

Odisha's Digital News Platform

କାର୍ତ୍ତିକ ଆର୍ଯ୍ୟନଙ୍କୁ କରୋନା: ଆଇଫା-୨୦୨୨ରେ ଯୋଗ ଦେବେନି

1 min read

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ କରୋନାରେ ଆକ୍ରାନ୍ତ ହୋପ୍ନ୍‌ି । ଆଇଫା-୨୦୨୨ରେ ଯୋଗ ଦେବାକୁ ଥିବା କାର୍ତ୍ତିକ କୋଭିଡ୍ ପଜିଟିଭ୍ ଥିବା ନେଇ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଆଇଫା-୨୨ରେ କାର୍ତ୍ତିକଙ୍କ ଏକ ସ୍ୱତନ୍ତ୍ର ପ୍ରଦର୍ଶନ ରହିଥିଲା । ନିକଟରେ କାର୍ତ୍ତିକଙ୍କ ଅଭିନୀତ ଭୁଲ ଭୁଲୈୟା-୨ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଫିଲ୍ମଟି ୧୫୦ କୋଟି ଆୟ କରିଥିବା ବେଳେ ଏହି ଫିଲ୍ମରେ କାର୍ତ୍ତିକଙ୍କ ଆମିଜେ ତୋମାର ଗୀତରେ ନୃତ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।

ଏହି ଫିଲ୍ମର ସଫଳତା ପରେ ମେକର୍ସଙ୍କ ଏକ ନମ୍ବର ପସନ୍ଦ ପାଲଟି ଯାଇଥିଲେ କାର୍ତ୍ତିକ ଆର୍ଯ୍ୟନ୍ । ଯଦି କାର୍ତ୍ତିକଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସେ ତାହେଲେ ତାଙ୍କୁ ଚାର୍ଟର ବିମାନ ଜରିଆରେ ନେବାକୁ ପ୍ରୟାସ କରାଯିବ । ଏହି କାର୍ଯ୍ୟକ୍ରମରେ କାର୍ତ୍ତିକ ଧୀମେ ଧୀମେ, କୋକା କୋଲା, ବମ୍ ଡିଗି ପରି ଗୀତରେ ପ୍ରଦର୍ଶନ କରିଥାନ୍ତେ ।

Advertisement

Leave a Reply

Your email address will not be published. Required fields are marked *