Pratidin TV

Odisha's Digital News Platform

M.K.C.G ରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ …

1 min read

ବ୍ରହ୍ମପୁର : ରାଜ୍ୟରେ ପୁଣୀ ଛାତ୍ରୀ ମୃତ୍ୟୁ । ବ୍ରହ୍ମପୁର ସ୍ଥିତ M.K.C.G ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାଁ ସୁଭାନୀ ପଟ୍ଟନାୟକ। ଘର ପୁରୁଷୋତ୍ତମପୁରରେ। ସେ ପିଜି ପ୍ରଥମ ବର୍ଷର ଚର୍ମ ବିଭାଗର ଛାତ୍ରୀ ଥିଲେ।

ସୂଚନାଯୋଗ୍ୟ ଯେ ସବୁଦିନ ଭଳି ଆଜି ମଧ୍ୟ ହଷ୍ଟେଲରେ ଛାତ୍ରୀମାନେ କ୍ଲାସ ଯିବାକୁ ବାହାରିଲେ । ସାଙ୍ଗମାନେ ସୁଭାନୀଙ୍କୁ କ୍ଲାସ ଯିବା ପାଇଁ ଡାକିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ ଏବଂ ଭିତର ପଟରୁ କବାଟ ମଧ୍ୟ ବନ୍ଦ ଥିଲା । ଏହାପରେ ସାଙ୍ଗମାନେ ତୁରନ୍ତ ହଷେ୍‌ଟଲ କତ୍ତୃପକ୍ଷଙ୍କ ସହ କଥାହୋଇ କବାଟ ତାଡିଥିଲେ । ତେବେ ସୁଭାନୀ ଗୁରୁତର ଅବସ୍ଥାରେ ରୁମ୍ ଭିତରେ ପଡିଥିବାର ଦେଖି ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଡାକ୍ତର କହିଛନ୍ତି ।

Advertisement

ତେବେ ବ୍ରହ୍ମପୁର ପୋଲିସ କହିବା ଅନୁଯାୟୀ ସୁଭାନୀଙ୍କ ବାପା କହିଛନ୍ତି ଯେ , ଝିଅର ମାଇଗ୍ରେନ ସମସ୍ୟା ଥିଲା । ସେଥିପାଇଁ ସେ ପ୍ରତ୍ୟକଦିନ ମେଡିସିନ୍ ଖାଉଥିଲେ । ଔଷଧର ଓଭରଡୋଜ ଯୋଗୁ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ତାଙ୍କ ବାପା ଆଶଙ୍କା କରୁଛନ୍ତି। ତେବେ ସୁଭାନୀ ନିଜେ ଜଣେ ଡାକ୍ତର ହୋଇଥିବାରୁ ଔଷଧର ଓଭରଡୋଜ କେମିତି ନେଲେ, ତା’ ଉପରେ ସମସ୍ତଙ୍କର ସନ୍ଦେହ ହେଉଛି। ପୋଲିସ ଘଟଣା ସ୍ଥଳରେ ତଦନ୍ତ ଚଳାଇବା ସହ ସୁଭାନୀଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁଭାନୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *