Pratidin TV

Odisha's Digital News Platform

ହଜାର ବର୍ଷର ଭାଇଚାରା ସହରର ନିଆରା ପରମ୍ପରା …

1 min read

କଟକ : ସିଲଭର ସିଟି ବା ଭାଇଚାରାର ସହର କଟକ । ପର କି ଆପଣାର ଦେଖେନା ସିଏ । ଥରୁଟିଏ ଯେ ଏଇ ସହରରେ ପାଦ ଦିଏ ତାକୁ ନିଜର କରିନିଏ କଟକ । ଭଡାଟିଆ ମାନଙ୍କ ଠାରୁ ଆରମ୍ଭ କରି ସ୍ଥାୟୀ ବାସିନ୍ଦା ଏଠି ସମସ୍ତଙ୍କ ମଧ୍ୟରେ ଦେଖାଯାଏ ଭାଇଚାରାର ସର୍ମ୍ପକ । ଜାତି ବଣ୍ଣ ଧର୍ମକୁ ଭୁଲି ସଭିଏଁ ଏକ ମନୋଭାବରେ ଚଳିଥାନ୍ତି ଏଠି । ସେ ଦୁର୍ଗାପୂଜା ହେଉକି ଇଦ୍ ଏଠି ସବୁ ପର୍ବରେ ଜମିଥାଏ ଲୋକମାନଙ୍କ ଆସରା । ତେବେ ଜାତି ବର୍ଣ୍ଣକୁ ଦୂର କରିବା ପାଇଁ ଭାଇଚାରାର ସହର କଟକରେ ରଜ ସଂକ୍ରାନ୍ତିରେ ଆୟୋଜିତ ହୋଇଛି ପଙ୍ଗତ । ଶିଖର ପୁର ସାହିରେ ଶହ ଶହ ବର୍ଷ ଧରି ଚାଲିଆସିଥିବା ଏହି ପାଙ୍ଗତ ପରମ୍ପରା ଭାଇଚାରା ଖେଳାଇବା ସହ ଜାତି ,ବର୍ଣ୍ଣ ଓ ବର୍ଗ ମଧ୍ୟରେ ଥିବା ଭେଦଭାବକୁ ଦୂର କରିବା ପାଇଁ ବାଣ୍ଟିଛି ବାର୍ତ୍ତା ।

ହଜାର ବର୍ଷର ଭାଇଚାରାର ସହର କଟକରେ ଦେଖିବାକୁ ମିଳିଛି ଏକ ନିଆରା ପରମ୍ପରା । ରଜ ସଂକ୍ରାନ୍ତି ଦିନ କଟକ ସହରର ଶିଖରପୁର ସାହିରେ ଥିବା ଜଗନ୍ନାଥ ମଠରେ ପାଙ୍ଗତର ଆୟୋଜନ କରାଯାଇଛି। ନିଜ ନିଜ ଭିତରେ ଭାଇଚାରା ସ୍ଥାପନ କରିବା ପାଇଁ ଶତାଧିକ ବର୍ଷ ଧରି ଚାଲି ଆସିଥିବା ଏହି ପରମ୍ପରାକୁ ଏବେ ବି ବଜାୟ ରଖିଛନ୍ତି ସାହିର ବାସିନ୍ଦା।

Advertisement

ପ୍ରଥମେ ବାଣ ଫୁଟାଇ ତାପରେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ସମସ୍ତେ ଏକାଠି ହୋଇ ବସି ଯାଆନ୍ତି ଖାଇବା ପାଇଁ । ଏକାକାର ପତ୍ରରେ ବଢ଼ାଯାଇଥିବା ସାକାର୍ଣ ଭୋଜନକୁ ଜାତି ଗୋତ୍ର ନିର୍ବିଶେଷରେ ସମସ୍ତେ ମିଳିମିଶି ଭୋଜନ କରିଥାଆନ୍ତି ।

Leave a Reply

Your email address will not be published. Required fields are marked *