Pratidin TV

Odisha's Digital News Platform

ତାତିରେ ଭାଜିହେଉଛି ଓଡିଶା , ୧୮ ଯାଏଁ କଲବଲ ରାଜ୍ୟବାସୀ

1 min read

ଭୁବନେଶ୍ୱର : ଫସର ଫାଟିଲା ରଜ । ଶେଷ ରଜରରେ ବି ହେଲାନି ବର୍ଷା । ଆଜି ସକାଳୁ ସକାଳୁ ରାଜଧାନୀ ସମେତ ରାଜ୍ୟ ବିଭିନ୍ନ ଜିଲ୍ଲାରେ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ଆରମ୍ଭ ହୋଇଯାଇଛି। ସକାଳ ୫ଟା ୩୦ ସୁଦ୍ଧାର ରାଜଧାନୀ ତାପମାତ୍ରା ୩୦ ଡିଗ୍ରୀ ରେକର୍ଡ କରାଯାଇଛି।

ଓଡିଶାରେ ଅସହ୍ୟ ତାତି ସାଙ୍ଗୁକୁ ଗୁଳୁଗୁଳି ଲାଗିରହିଥିବା ବେଳେ , ଜୁନ୍ ୧୮ ପର୍ଯ୍ୟନ୍ତ ଖରାରେ ଭାଜିହେବେ ରାଜ୍ୟବାସୀ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ଆକଳନରୁ ଏହା ଜଣାପଡ଼ିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୧୮ ତାରିଖ ଯାଏ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଲାଗି ରହିବ।

Advertisement

ସେହିପରି ଆଜି ରାଜ୍ୟର୧୫ଟି ଜିଲ୍ଲାକୁ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହି ଜିଲ୍ଲା ଗୁଡ଼ିକ ହେଉଛି- ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର,ସମ୍ବଲପୁର, ବରଗଡ଼, ବଲାଙ୍ଗିର ସୋନପୁର, ନୂଆପଡ଼ା, କନ୍ଧମାଳ କଟକ, ଖୋର୍ଦ୍ଧା, କଳାହାଣ୍ଡି, ଅନୁଗୋଳ, ଦେବଗଡ଼ ଓ ବୌଦ୍ଧ । ସେହିପରି ୫ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଢେଙ୍କନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *