Pratidin TV

Odisha's Digital News Platform

ଶେଷ ରଜ ପଡିଲା ମହଙ୍ଗା ; କୁକୁଡା ଲଢେଇବେଳେ ୫୨ ଜୁଆଡିଙ୍କୁ ମାଡିବସିଲା ପୋଲିସ୍

1 min read

ସୁନ୍ଦରଗଡ : ରଜ ମୌଜ ପଡିଲା ଭାରି , କୁକୁଡ଼ା ଲଢେ଼ଇ ଚାଲିଥିବା ବେଳେ ମାଡି ବସିଲା ପୁଲିସ । ବନ୍ଧା ହେଲେ ୫୨ ଜୁଆଡି । ରାଜଗାଙ୍ଗପୁର ଅଲଣ୍ଡା ପଞ୍ଚାୟତ ଡୁଡୁକୁବାହାଲ ନିକଟରେ ଥିବା ଭୁତୁଲୁ ପଡା ଗ୍ରାମ ଅଞ୍ଚଳରେ ବେଆଇନ ଭାବେ କୁକୁଡ଼ା ଲଢେଇ ଚାଲିଥିବା ବେଳେ ପୁଲିସ ଅତର୍କିତ ଚଢ଼ାଉ କରିବା ସହ ବାଇକ,ମୋବାଇଲ,ଗୋଟିଏ କାର,କୁକୁଡ଼ା ଓ ନଗଦ ଟଙ୍କା ଜବତ କରିବା ସହ ୫୨ ଜଣଙ୍କୁ ଗିରଫ କରିଛି।

ସୂଚନା ମୁତାବକ ରାଜଗାଙ୍ଗପୁର ଅଲଣ୍ଡା ପଞ୍ଚାୟତ ଡୁଡୁକୁବାହାଲ ନିକଟରେ ଥିବା ଭୁତୁଲୁ ପଡା ଗ୍ରାମ ଅଞ୍ଚଳରେ ଆଜି ରଜ ଉପଲକ୍ଷେ ବେଆଇନ ଭାବେ କୁକୁଡ଼ା ଲଢେଇ ଚାଲିଥିଲା ଏହି ଖବର ପାଇ ଏସଡ଼ିପିଓ ଅଭିଷେକ ପାଣିଗ୍ରାହୀ ଓ ଥାନା ଅଧିକାରୀ ଵିଵତ୍ସ ପ୍ରଧାନସଦଳବଳେ ଅତର୍କିତ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ରେ ପୋଲିସ ୫୫ ବାଇକ,୪୮ ଟି ମୋବାଇଲ,ଗୋଟିଏ କାର,୩ କୁକୁଡ଼ା,ଗୋଟିଏ କାର( ଓଡ଼ି ୧୪ୟୁ ୫୨୭୧) ଓ ନଗଦ ୩୩୫୧୦ ଟଙ୍କା ଜବତ କରିବା ସହ ୫୨ ଜଣଙ୍କୁ ଗିରଫ କରିଛି।

Advertisement

Leave a Reply

Your email address will not be published. Required fields are marked *