Pratidin TV

Odisha's Digital News Platform

ବଢିଲା ବାହାନଗା ଟ୍ରେନ୍ ଦୁର୍ଘଟଣା ମୃତକଙ୍କ ସଂଖ୍ୟା ; SCBରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଆହତ….

1 min read

କଟକ : ବାଲେଶ୍ୱର ବାହନଗା ଟ୍ରେନ ଦୁର୍ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା । କଟକ ବଡ଼ମେଡ଼ିକାଲରେ ଟ୍ରେନ ଦୁର୍ଘଟଣାରେ ଆହତ ମାନଙ୍କ ମଧ୍ୟରୁ ଆଉ ଜଣଙ୍କ ଆଜି ମୃତ୍ୟୁ ଘଟିଛି। ମୃତକ ହେଲେ ବିହାର ରାଜ୍ୟର ପ୍ରକାଶ ରାମ। ପ୍ରକାଶଙ୍କୁ ମିଶାଇ ଏସ ସି ବି ରେ ଦୁଇଜଣ ଆହତଙ୍କ ମୃତୁ ଘଟିଥିବା ବେଳେ ମୋଟ ମୃତୁ ସଂଖ୍ୟା ପହଞ୍ଚିଛି ୨୯୦ ରେ।

ରେଳ ଦୁର୍ଘଟଣା ଦିନ ପ୍ରକାଶଙ୍କର ଏକ ଗୋଡ କଟି ଯାଇଥିଲା । ଏହା ପରେ ତାଙ୍କୁ କଟକ ବଡ଼ ମେଡିକାଲରେ ଗୁରୁତ୍ତର ଅବସ୍ଥାରେ ଭର୍ତି କରାଯାଇଥିଲା। ଶେଷରେ ଜୀବନ ଓ ମରଣ ମଧ୍ୟରେ ଚାଲିଥିବା ସଂଘର୍ଷରେ ଆଜି ସକାଳ ୭.୨୦ ସମୟରେ ଆଖି ବୁଜିଲେ ପ୍ରକାଶ। ଦୁର୍ଘଟଣା ଦିନ ଆନ୍ଧ୍ର ପ୍ରଦେଶରୁ ନିଜ ଘର ବିହାରକୁ ଯାଉଥିବା ବେଳେ ବାହାନଗା ଠାରେ ରେଳ ଦୁର୍ଘଟଣାରେ ଆହତ ହୋଇଥିଲେ। ସେହିଭଳି ପ୍ରକାଶଙ୍କ ଜୀବନକୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଚିକିତ୍ସା କରାଯାଇଥିଲା ମେଡିକାଲ୍ ପକ୍ଷରୁ ଓ ବର୍ତ୍ତମାନ ସୁଦ୍ଧା ମୋଟ ୪୭ ଜଣ ଆହତ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ମଧ୍ୟରୁ ୧୪ ଜଣ ଙ୍କୁ ଆଇ ସି ୟୁ ରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ଦେଇଛନ୍ତି ଏସ ସି ବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର।

Advertisement

Leave a Reply

Your email address will not be published. Required fields are marked *