Pratidin TV

Odisha's Digital News Platform

ଖରାରେ ଟ୍ୟାନ୍ ପଡୁଥିଲେ ଯାଆନ୍ତୁ ନାହିଁ ପାର୍ଲର : କଫି ପାଉଡରରେ ଏପରି କରନ୍ତୁ ଘରୋଇ ଉପଚାର…

1 min read

ଭୁବନେଶ୍ୱର : ଗ୍ରୀଷ୍ମ ଋତୁର ସୂର୍ଯ୍ୟଙ୍କ ପ୍ରଖର କିରଣ ଦ୍ୱାରା ମୁହଁରେ ଟ୍ୟାନିଂ ସମସ୍ୟା ଦେଖାଦେଇଥାଏ । କେବଳ ମୁହଁରେ କାହିଁକି ହାତ ଗୋଡରେ ମଧ୍ୟ ଏ ସମସ୍ୟା ଦେଖାଦିଏ । ଅଧିକ ଟାଣ ଖରା ଯୋଗୁ ହାତ ଗୋଡ ମୁଁହ ସିଝିଯାଏ ବା କଳା ଦେଖାଯାଏ । ଯାହା ଊଭୟ ଯୁବକ ଓ ଯୁବତୀଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଥାଏ । ତେବେ ଏହି ଟ୍ୟାନିଂ ସମସ୍ୟା ଦୂର କରିବା ପାଇଁ ମାର୍କେଟରେ ଅନେକ ପ୍ରକାରର ପ୍ରଡକ୍ଟ ମିଳୁଛି ଆଉ ପାର୍ଲର ଗୁଡିକରେ ମଧ୍ୟ ଅନେକ ପ୍ରକାରର ଉପଚାର ଦିଆଯାଉଛି । କିନ୍ତୁ ବେଳେ ବେଳେ ସେଗୁଡିକ ସମସ୍ତଙ୍କ ସ୍କିନଟୋନକୁ ସୁଟ୍ କରିନଥାଏ । ଯାହାଦ୍ୱାରା ମୁହଁରେ ସମସ୍ୟା ଦେଖାଦେଇଥାଏ । ଆଉ ବଜାରର ବିକ୍ରି ହେଉଥିବା କେମିକାଲ ପ୍ରଡକ୍ଟ ମଧ୍ୟ ଚର୍ମକୁ କ୍ଷତି ପହଞ୍ଚାଇଥାଏ । ତେଣୁ ଆମେ ଆପଣଙ୍କୁ ଆଜି କିଛି ଘରୋଇ ଉପଚାର କହିବୁ ଯାହା ଆପଣଙ୍କୁ ଟ୍ୟାନିଂ ସମସ୍ୟାରୁ ମୁକ୍ତି ଦେବ । ଏବଂ ଆପଣଙ୍କ ସ୍କିନିରେ ମଧ୍ୟ କିଛି ସାଇଡିଫେକ୍ଟ ପଡିବ ନାହିଁ । ଘରେ ଆମେ କଫି ପିଇବା ପାଇଁ ବ୍ୟବହାର କରିଥାନ୍ତି ମାତ୍ର ଏହା ଆମକୁ ଟ୍ୟାନିଂ ସମସ୍ୟାରୁ ମୁକ୍ତ କରିଥିବା କଥା ଖୁବ୍ କମ୍ ଲୋକ ହିଁ ଜାଣିଥାନ୍ତି ତେବେ ଚାଲନ୍ତୁ ଜାଣିବା କିପରି ଏହି କଫି ଦ୍ୱାରା ଆମେ ଟ୍ୟାନିଂ ସମସ୍ୟାକୁ ଦୂର କରିପାରିବା ।

କଫି + ମହୁ+କଞ୍ଚା କ୍ଷୀର ଫେସ୍ ପ୍ୟାକ୍
କଫି ପାଉଡର ୨ ଚାମଚ୍ , ମହୁ ୨ ଚାମଚ୍ ଏବଂ କଞ୍ଚା କ୍ଷୀର ୨ ଚାମଚକୁ ଏକ ପାତ୍ରରେ କାଢି ଭଲଭାବରେ ମିସାନ୍ତୁ । ମୁହଁକୁ ଥଣ୍ଡାପାଣିରେ କିମ୍ବା ଫେସ୍ ୱାସ୍‌ରେ ଧୋଇ ସଫାକରି ଏହି ପ୍ୟାକ୍ ଟିକୁ ଲଗାନ୍ତୁ । ଏହା ମୁହଁରୁ ଡେଡ୍ ସ୍କିନ୍‌କୁ ହଟାଇବ , ଟ୍ୟାନ୍ ଦୂର କରିବା ସହ ଚର୍ମର ମଇଳା ମଧ୍ୟ ସଫାକରିବ । ସପ୍ତାହକୁ ୨ ରୁ ୩ ଥର ଏପରି କରନ୍ତୁ ।
ଅଲିଭ୍ ଅଏଲ୍ + କଫି ଫେସ୍ ପ୍ୟାକ୍
ଚର୍ମରେ ପ୍ରାକୃତିକ ସୁନ୍ଦର ବା ଚମକ ଆଣିବା ପାଇଁ କିମ୍ବା ଟ୍ୟାନିଂ ହଟାଇବା ପାଇଁ ମଧ୍ୟ ଏହି ପ୍ୟାକ୍‌ଟିକୁ ବ୍ୟବହାର କରାଯାଏ । କଫି ଏବଂ ଅଲିଭ୍ ଅଏଲରେ ଏକ ମିଶ୍ରଣ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ । ଏହାକୁ ୧୫ ରୁ ୨୦ ମିନିଟ ରଖିବା ପରେ ସାଧା ପାଣିରେ ଧୋଇଦିଅନ୍ତୁ ।
କଫି+ହଳଦୀ+ଦହୀ
କଫି ମୁହଁ ପାଇଁ ଏକ ଚତ୍ମକାରୀ ସ୍କ୍ରବ୍ ଭାବେ କାମ କରେ । ଏହା ପିଗ୍‌ମେଣ୍ଟେସନ୍ ଭଳି ସମସ୍ୟାକୁ ମଧ୍ୟ ଦୂର କରେ । ଏକ ପାତ୍ରରେ ଏକ ଚାମଚ କଫି,ହଳଦୀ ଏବଂ ଦହି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ୍ ରଖି ତା ପରେ ଧୋଇଦିଅନ୍ତୁ । ଏହି ପ୍ୟାକ୍‌ଟି ମୁହଁ ପାଇଁ ଖୁବ୍ ଲାଭ ଦାୟକ ଏବଂ ତ୍ୱଚାକୁ ଚିକ୍କଣ ଓ ଦାଗମୁକ୍ତ କରିଥାଏ ।

Advertisement

Leave a Reply

Your email address will not be published. Required fields are marked *