Pratidin TV

Odisha's Digital News Platform

ଶେଷ ହେଲା ଖରା ଛୁଟି : ଆଜିଠୁ ଖୋଲିଲା ସ୍କୁଲ …

ଭୁବନେଶ୍ୱର : ସରିଲା ଖରାଛୁଟି , ରାଜ୍ୟରେ ଆକିଠୁ ଖୋଲିଲା ସ୍କୁଲ । ତେବେ କେତେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ସେହି ଜିଲ୍ଲାଗୁଡିକ ହେଲା ସମ୍ବଲପୁର ,ଝାରସୁଗୁଡ଼ା ଓ ବଲାଙ୍ଗିର । ଏହି ଜିଲ୍ଲା ଗୁଡିକରେ ୨୨ରୁ ୨୪ ତାରିଖ ପର‌୍ୟ୍ୟନ୍ତ ସକାଳୁଆ ପାଠପଢା ହେବ। ଏଠାରେ ୬ଟା ୩୦ ରୁ ୧୦ଟା ଯାଏଁ ଚାଲିବ ପାଠପଢା। ସକାଳ ୯ଟା ୩୦ରୁ ୧୦ଟା ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ । ପରେ ୨୬ ତାରିଖରୁ ନିୟମିତ ପାଠପଢା ହେବ ବୋଲି କୁହାଯାଇଛି।

ସେହିପରି ସୁବର୍ଣ୍ଣପୁର,ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ୨୩ ତାରିଖରେ ସ୍କୁଲ ଖୋଲିବ । ୨୩ ଓ ୨୪ ତାରିଖରେ ସକାଳ ସାଢ଼େ ୬ରୁ ସାଢ଼େ ୯ଟା ଯାଏ ସ୍କୁଲ ଚାଲିବ। ପରେ ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ପାଠପଢ଼ା ହେବ। ସେହିଭଳି ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ୨୩ରେ ଖୋଲିବ ସ୍କୁଲ ଖୋଲିବ। ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ସ୍କୁଲ ଚାଲିବ।

Leave a Reply

Your email address will not be published. Required fields are marked *