Pratidin TV

Odisha's Digital News Platform

ଚିନ୍ତାରେ ରେସ୍କ୍ୟୁ ଟିମ୍ : ବୁଡା ଜାହାଜରେ ଆଉ ମାତ୍ର ୩୦ ଘଣ୍ଟା ଅମ୍ଳଜାନ …

1 min read

ନୂଆଦିଲ୍ଲୀ : ଉତ୍ତର ଆଟଲାଣ୍ଟିକା ମହାସାଗରରେ ଏକ ଛୋଟ ଟୁରିଷ୍ଟ ଜାହାଜ ରବିବାରପରଠୁ ନିଖୋଜ ଅଛି । ଏହି ବୁଡା ଜାହଜଟି ୫ ଜଣ ଟୁରିଷ୍ଟଙ୍କୁ ନେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବିଶ୍ୱର ସବୁଠୁ ବଡ ଜାହାଜ ଟାଇଟନିକ୍‌ର ଭଗ୍ନାବଶେଷ ଦେଖିବାକୁ ଯାଇଥିଲେ । କିନ୍ତୁ ହଠାତ୍ ରବିବାର ଠାରୁ ସେମାନଙ୍କ ସହ ଯୋଗାଯୋଗ ବିଛିନ୍ନ ହୋଇଯିବାରୁ ଚିନ୍ତାରେ ଉଦ୍ଧାରକାରୀ ଟିମ୍ । କାରଣ ସେଇ ବୁଡା ଜାହଜାରେ ଆଉ ମାତ୍ର ୩୦ ଘଣ୍ଟା ପର୍ଯ୍ୟନ୍ତ ଅମ୍ଳଜାନର ରହିଛି । ତେବେ ଆଜକୁ ୩ ଦିନ ହେବ ଜାହଜର କୌଣସି ପତ୍ତା ମିଳିପାରୁବନାହିଁ । ଏନେଇ ଉଦ୍ଧାରକାରୀମାନେ କହିଛନ୍ତି କି ସେହି ଜାହାଜଟି ୭୦ ରୁ ୯୬ ଘଣ୍ଟା ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଇ ପାରିବ । ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି ।

କାରଣ ଆଜକୁ ୪ ଦିନ ହେବ ଜାହଜ ନିଜର ଅଭିଜାନ ଆରମ୍ଭ କରିଥିଲେ ମଧ୍ୟ ଏଯାଏ କୂଳକୁ ଫେରିପାରିନାହିଁ । ଧିରେ ଧିରେ ସମୟ ବଢିବା ସହ ଜାହାଜଦାୟିତ୍ୱରେ ଥିବା କମ୍ପାନୀ ଏନ ଉଦ୍ଧାରକାରୀ ଦଳର ଚିନ୍ତା ବଢିବାକୁ ଲାଗିଛି । କାରଣ ସେମାନଙ୍କୁ ଜୀବନ୍ତ ଫେରାଇ ଆଣିବା ସମ୍ପୂର୍ଣ୍ଣ ଭାବେ କମ୍ପାନୀର ଦାୟିତ୍ୱ । ଏନେଇ ପ୍ରାଣ ପଣେ ଉଦ୍ୟମ ଚଲାଇଛି ଉଦ୍ଧାରକାରୀ ଟିମ୍ । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସୁରାଗ ମିଳିପାରିନ।ହିଁ ।

Advertisement

ଖବର ଅନୁଯାୟୀ ଜାହାଜ କର୍ମଚାରୀ ତଥା ଆମେରିକା ଓ କାନାଡ଼ାର ତଟରକ୍ଷୀମାନେ କେପ୍ କଡ୍ର ୯୦୦ ମାଇଲ ଦୂର ସମୁଦ୍ର ଭିତରେ ଖୋଜାଖୋଜି କରୁଛନ୍ତି । ୧୩,୦୦୦ ଫୁଟ୍ ଗଭୀର ସମୁଦ୍ର ତଳୁ କିଛି ଶବ୍ଦ ଶୁଣିବା ପାଇଁ ସେମାନେ ସୋନାର ପ୍ରଯୁକ୍ତି ବ୍ୟବହାର କରୁଛନ୍ତି । ଉକ୍ତ ୫ ଜଣ ଲୋକଙ୍କ ଭିତରେ ଜଣେ ବ୍ରିଟିସ ଅର୍ବୁଦପତି ହାମିସ ହାର୍ଡିଂ ଅଛନ୍ତି। ତାଙ୍କ ସହ ପାକିସ୍ତାନୀ ଆରବପତି ଶାହାଜାଦ ଦାଉଦ ଓ ତାଙ୍କ ପୁଅ ସୁଲେମାନଙ୍କ ସହ ବ୍ରିଟିଶ ବ୍ୟବସାୟୀ ହମିଶା ହାଡିଂ ସାମିଲ ଥିଲେ । ହାଡିଂ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଏଥିରେ ସେ ଲେଖିଥିଲେ କି, ଟାଇଟନିକର ଭଗ୍ନାବଶେଷ ପାଖରେ ପହଂଚିବା ନେଇ ଯାତ୍ରା ଆରମ୍ଭ ହୋଇଛି । ତେବେ ଏହି ୫ ପର୍ଯ୍ୟଟକ ନିଜ ନିଜ ଯାତ୍ରା ପାଇଁ ୨.୨୮ କୋଟି ଟଙ୍କା ଟିକେଟ୍ ପିଛା ଦେଇଥିବା ରିପୋର୍ଟ ଦେଇଛି ନ୍ୟୁୟକ୍ର ଟାଇମ୍ । ନିଖୋଜ ଥିବା ଜାହଜଟି ଟାଇଟନିକର ଭଗ୍ନାବଶେଷ ପାଖରେ ପହଂଚି ଫେରିବାକୁ ୮ ଘଣ୍ଟା ସମୟ ଲାଗିଥାଏ କିନ୍ତୁ ୪ ଦିନ ହେବ ଏହାର ଖୋଜ୍ ଖବର ମିଳୁନାହିଁ କାହିଁକି ।

ଏନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ହୁଏତେ ସେମାନେ ସମୁଦ୍ର ଗର୍ଭରେ କୌଣସି ବସ୍ତୁ ସହ ଛନ୍ଦିହୋଇଯାଇଛନ୍ତି କିମ୍ବା ସେମାନଙ୍କ ସହ କୌଣସି ପ୍ରକାରର ଦୁର୍ଘଟଣା ହୋଇଛି । ଯଦି ଆଉ ୩୦ ଘଣ୍ଟା ଭିତରେ ସେମାନଙ୍କୁ ରେସ୍କ୍ୟୁ ନକରାଯିବ ତେବେ ସେମାନେ ଜାହାଜ ଭିତରେ ଅମ୍ଳଜାନର ଅଭାବ ଦ୍ୱାରା ମୃତ୍ୟୁ ବରଣ କରିବେ । କାରଣ ସେହି ସବମେରାଇନ୍ ଟୁରିଷ୍ଟ ଜାହାଜରେ ଆଉ ମାତ୍ର ୩୦ ଘଣ୍ଟା ପର୍ଯ୍ୟନ୍ତ ଅମ୍ଳଜାନ ବାକି ଅଛି ।

Leave a Reply

Your email address will not be published. Required fields are marked *