ଜଗା ଭକ୍ତିରେ ବିଭୋର ଭକ୍ତ : ହ୍ୱିଲ-ଚେୟାରରେ ଆମେରିକାରରୁ ଚାଲିଆସିଲେ ବଡଦାଣ୍ଡ …..
1 min readଭୁବନେଶ୍ୱର : ଜୟ ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭବତୁମେ । ଏମିତି ବାରମ୍ବାର ଜଗନ୍ନାଥଙ୍କ ସୁମରୀ ଗାଇ ଯାଉଥିଲେ ଭକ୍ତି ଓ ଭାବର ଗୀତ । ହଁ ସେ ଜଣେ ବିଦେଶୀ କିନ୍ତୁ ତାଙ୍କ ମୁହଁରେ ଜଗନ୍ନାଥଙ୍କ ଅପୂର୍ବ ଭଜନ । ମୁଖରୁ ଖାଲି ଝରିପଡୁଛୁ ଜଗାର ନାମ ସତେ ଯେମିତି ଜଗା ତାଙ୍କୁ କାହିଁ କେତେ ଦୂର ଆମେରିକାରୁ ଟାଣି ଆଣିଛି ପୁରୀକୁ ।
୨୦୧୪ରେ ମହାପ୍ରଭୁଙ୍କ ନବକଳେବର ଦର୍ଶନପାଇଁ ଆସିଥିଲେ ସେବେଠୁ ପ୍ରଭୁଙ୍କ ପ୍ରେମରେ ବିଭୋର ହୋଇଗଲେ । ସତେ ଯେମିତି କେଉଁ ଜନ୍ମଜନ୍ମାନ୍ତରୁ ଜଗା ଓ ତାଙ୍କ ସର୍ମ୍ପକ । ନିଜର ଅମାପ ସମ୍ପତ୍ତିବାଡି ଟଙ୍କା ପଇସା , ଦାମୀ ଗାଡି ଦାମୀ ପୋଷାକ ଛାଡି ପୁରୀରେ ଗେରୁଆ ବସ୍ତ୍ର ପିନ୍ଧିଲେ ଯେ ଆଉ ଫେରିଲେନି ନିଜ ଦେଶକୁ । ଜଗା ସହ ଭକ୍ତିରେ ବାନ୍ଧିି ହେଉ ହେଉ କେତେବେଳେ ଓଡିଶାକୁ ଭଲପାଇଗଲେ ଆଉ ଏଇଠି ଭକ୍ତିରେ ବାନ୍ଧିହୋଇରହିଗଲେ । ଆମ ଯୁବପିଢୀ ବର୍ତ୍ତମାନ ପାଶ୍ଚତ୍ୟ ସଭ୍ୟତା ସସ୍କୃତିକୁ ଆପଣାଉ ଥିବାବେଳେ , ପାଶ୍ଚତ୍ୟ ଦେଶର ଲୋକମାନେ ଏବେ ଜଗନ୍ନାଥ ସଂସ୍କୃତିକୁ ଆପଣାଇ ଓଡିଆ ରିତିନୀତିକୁ ଆପଣାଉଛନ୍ତି । ଯାହାର ଜ୍ୱଳନ୍ତା ଉଦାହରଣ ପୁରୀରେ ଦେଖିବାକୁ ମିଳିଛି ।