Pratidin TV

Odisha's Digital News Platform

ଖେଳୁ ଖେଳୁ ୩୦ ଫୁଟ୍ ଗଭୀର କୂଅରେ ପଡିଗଲା ଅଢେଇ ବର୍ଷର ଶିଶୁ …..

ବଲାଙ୍ଗୀର : ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ । ଏହାର ଅର୍ଥ ଯାହାକୁ ଉପରବାଲା ରକ୍ଷା କରିବାକୁ ଚାହୁଁଛନ୍ତି, ତା’ର କେହି କିଛି ବି କ୍ଷତି କରିପାରିବେ ନାହିଁ । ଏପରି ଏକ ଋଢିଟି ଆଜି ସମ୍ପୂର୍ଣ୍ଣ ସତ ପ୍ରମାଣ ହେଇଛି ବଲାଙ୍ଗୀର ଜିଲ୍ଲାରେ । ମୃତ୍ୟୁ ମୁହଁରୁ ଜୀବନ୍ତ ଫେରିଆସିଛି ଛୋଟିଆ କଅଁଳ ଶିଶୁ ।

ଖବର ଅନୁଯାୟୀ ପୁଇଁତଳା ଥାନା ପଦମପୁର ଗାଁରେ ଅଢେଇ ବର୍ଷର ଝିଅଟି ଗତକାଲି ଖୋଲା କୂଅ ପାଖରେ ଖେଳୁ ଥିଲା। ଖେଳିବା ସମୟରେ ହଠାତ୍ ଛୁଆଟି ତିରିଶ ଫୁଟର ଗଭୀର କୂଅ ଭିତରେ ଗଳି ପଡ଼ିଥିଲା। ଛୁଆଟି ଖସି ପଡ଼ିବାର ଜଣେ ଗ୍ରାମବାସୀ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ବଲାଙ୍ଗୀର ଅଗ୍ନିଶମ ବାହିନୀ କିଛି ସମୟ ଭିତରେ ପଦମପୁର ଗାଁରେ ପହଞ୍ଚି କୂଅ ଭିତରେ ପଶି ଝିଅଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଛୁଆଟିକୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଛୁଆଟି ସୁସ୍ଥ ଥିବା ଡାକ୍ତର କହିଛନ୍ତି। ପରିବାର ଲୋକେ ଏନେଇ ଅଗ୍ନିଶମ ବାହିନୀଙ୍କୁ ଧନ୍ୟବାଦ ଜଣାଇବା ସହ ଭଗବାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । କାରଣ ୩୦ ଫୁଟର କୂଅରେ ପଡିମଧ୍ୟ ତାଙ୍କ ଛୁଆ ଦେହରେ ଟିକିଏ ବି ଆଘାତ୍ ଆସିନି । ଏସବୁ ଭଗବାନଙ୍କ ଦୟା ବୋଲି କହିଛନ୍ତି ଶିଶୁଟିର ପରିବାର । ଯାହାକୁ ସ୍ୱୟଂ ହରି ରକ୍ଷା କରିବେ ତାର ଅବା ମୃତ୍ୟୁ କଣ କରିବ । ପ୍ରହ୍ଲାଦ ଠାରୁ ଆରମ୍ଭ କରି ନିଜର ଅନେକ ଭକ୍ତଙ୍କୁ ଏପରି ବଞ୍ଚଞ୍ଚାଇଥିଲେ ଭଗବାନ । କେବଳ ମନରେ ବିଶ୍ୱାସ ଓ ଭକ୍ତିଥିବା ଦରକାର ବୋଲି କହିଛନ୍ତି ପରିବାର । କିନ୍ତୁ ଆମେ ଆପଣମାନଙ୍କୁ ଏଠି ସଚେତନ ପାଇଁ କହିଦେଇ ରଖୁଛୁ ଯେ ଭକ୍ତି ସହ ନିଜ ଛୁଆ ପ୍ରତିବି ଧ୍ୟାନ ଦିଅନ୍ତୁ । ଛୋଟ ଛୋଟ ଶିଶୁଙ୍କୁ ଏପରି ବିପଦପୂର୍ଣ୍ଣ ସ୍ଥାନରେ ଖେଳିବାକୁ ଛାଡନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *