Pratidin TV

Odisha's Digital News Platform

ବାହନଗା ପରେ ଦିଗପହଣ୍ଡିରେ ଭୟଙ୍କର ଦୁର୍ଘଟଣା : କନ୍ୟାଯାତ୍ରୀ ଗାଡିକୁ ଧକ୍କା ଦେଲା OSRTC ବସ୍ …

1 min read

ଗଞ୍ଜାମ : ବାହନଗା ଟ୍ରେନ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ ମନରୁ ନଲିଭୁଣୁ ଦିଗପହଣ୍ଡରେ ଘଟିଯାଇଛି ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଘଟିଯାଇଛିି ଏକ ଭୟଙ୍କର ଦୁର୍ଘଟଣା । ଦୁଇ ବସ୍ ମୁହାଁ ମୁହିଁ ହେବା ଫଳରେ ଘଟଣା ସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ଖବର ଅନୁଯାୟୀ ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ବ୍ରହ୍ମପୁରରୁ ବିବାହ ଭୋଜି ସାରି ଏକ ବସ୍ ଖଣ୍ଡଦେଉଳି ଫେରୁଥିଲା । ଏହି ସମୟରେ ଙଝଜଞଉ ବସ୍ଟି ଗୁଡାରିରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲା। ଖେମୁଣ୍ଡି କଲେଜ ନିକଟରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ବସ୍ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା ।

Advertisement

ସୂଚନା ପାଇ ଦିଗପହଣ୍ଡ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ ।
ଆହତମାନଙ୍କ ତୁରନ୍ତ ବ୍ରହ୍ମପୁର ମେଡିକାଲକୁ ଆମ୍ଭୁଲାନ୍ସ ଯୋଗେ ପଠାଯାଇଥିଲା । ତେବେ ଘଟଣା ସ୍ଥଳରେ ହିଁ ୬ ଜଣ ପୁରୁଷ , ୪ ମହିଳା ଓ ୨ ଜଣ ଶିଶୁ ଆଖିବୁଜିଦେଇଥିଲେ । ସେହିଭଳି ଆହତ ମାନଙ୍କ ମଧ୍ୟରେ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରଣ କରାଯାଇଛି ।

ତେବେ ସେଇ ଘରୋଇ ବସ୍‌ରେ ପ୍ରାୟ ୨୫ ଜଣ ଯାତ୍ରୀ ଥିବା ଜଣାପଡିଛି । କିନ୍ତୁ ଙଝଜଞଉ ବସ୍ କେତେଜଣ ଯାତ୍ରୀ ଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ସେହିଭଳି ମୃତକମାନଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *