Pratidin TV

Odisha's Digital News Platform

କାଳ ଥିଲା ରବିବାର : ଦିଗପହଣ୍ଡି ଦୁର୍ଘଟଣାରେ ଆଖିବୁଜିଲେ ସାଂସଦଙ୍କ ପରିବାରରୁ ୧୧ ଜଣ …

1 min read

ଭୁବନେଶ୍ୱର : ବାହାଘରର ଖୁସି ପାଲଟିଲା ଶୋକ ସଭାରେ । ହସଖୁସିରେ ଭୋଜି ଖାଇ ଘରକୁ ଫେରୁଥିଲେ । ହେଲେ ବାଟରେ ଜଗିବସିଥିଲା ଜମ । କିଛି ସେକେଣ୍ଡ ଭିତରେ ଖୁସି ପାଲଟିଗଲା ଚିତ୍କାର ଶବ୍ଧରେ । କାନ୍ଦ ବୋବାଳି ସହ ବଞ୍ଚାଓ ବଞ୍ଚାଓର ଆତଚିତ୍କାରରେ ଫାଟିପଡିଲା ଦିଗପହଣ୍ଡି ଅଂଚଳ । ଗୋଟିଏ କି ଦୁଇଟି ନୁହଁ ଅକାଳରେ ଚାଲିଗଲା ୧୨ଟି ଜୀବନ।
ଗଂଜାମ ଦିଗପହଣ୍ଡିରେ ଦୁଇ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ଦେବା ପରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି ।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୨ ଜଣଙ୍କ ମଧ୍ୟରୁ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ପରିବାରରୁ ୧୧ ଜଣ ଥିବା ଜଣାପଡିଛି । ବ୍ରହ୍ମପୁରରୁ ଭୋଜି ଖାଇ ଫେରୁଥିବାବେଳେ ଦିଗପହଣ୍ଡି କଲେଜ ନିକଟରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା । ଯେଉଁଥିରେ ସବୁଦିନ ପାଇଁ ଆଖିବୁଜିଦେଲେ ସାଂସଦରେ ୧୧ ସମ୍ପର୍କୀୟ । ନିକଟପରିଜନଙ୍କୁ ହରାଇ ଆଖିରୁ ଲୁହ ଝରାଉଛନ୍ତି ପରିବାର ଲୋକେ । କଥାକହିପାରୁନହାନ୍ତି ରେଣୁବାଳା , ଆତ୍ମୀୟଙ୍କୁ ହରାଇ ସ୍ତବ୍ଧ ହୋଇଯାଇଛନ୍ତି ସାଂସଦ । ଗଡାଉଛନ୍ତି ଲୁହ ଆଉ ଖାଲି କହୁଛନ୍ତି କଣ ପାଇଁ ମୋ ପରିବାର ସହ ଏମିତି ହେଲା ? କିଏ ଲଗାଇଲା ମୋ ହସଖୁସିର ପରିବାର ଉପରେ ନଜର ।

Advertisement

ତେବେ ମୃତକଙ୍କ ମଧ୍ୟରେ ରେଣୁବାଳାଙ୍କ ଦିଅର,ଝିଆରୀ,ପୁତୁରା ଓ ଛୋଟ ନାତି ଥିବା ଜଣାପଡିଛି । ସେପଟେ ଗଂଜାମ ଦିଗପହଣ୍ଡି ବସ ଦୁର୍ଘଟଣା ନେଇ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମୃତକଙ୍କ ପରିବାରକୁ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *