Pratidin TV

Odisha's Digital News Platform

ଶୁଣ ସରକାର ‘ମୋତେ ସହାୟତା କର, ମୁଁ ବଞ୍ଚିଯାଏ’

1 min read

ପୁରୀ : ବେଡ଼ରେ ଶଯ୍ୟାଶାୟୀ ଅବସ୍ଥାରେ ପଡିଛନ୍ତି ଆଶିଷ । ଦିନେ କଟକରେ ରହି ପରିବାର ପ୍ରତିପୋଷଣ କରୁଥିଲେ, କିନ୍ତୁ ଦୀର୍ଘ ଚାରି ବର୍ଷ ହେଲା ଦୁଃଖର କଳା ବାଦଲ ଭଳି ତାଙ୍କ ଜୀବନ ଉପରେ ମାଡିଆସିଲା ଦୁଃଖ । କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଗଲେ ଆଶିଷ ।

ଘଟଣାଟି ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର ପଂଚାୟତ ଆଳଙ୍ଗପୁର ଗ୍ରାମର । ଉକ୍ତ ଗ୍ରାମର ଆଶିଷ ଲେଙ୍କା ପରିବାର କହିଲେ ସ୍ତ୍ରୀ,ବାପା ଓ ବୋଉ । କଟକରେ କାମ କରି ନିଜ ପରିବାର ଚଳାନ୍ତି ଆଶିଷ । ହସ ଖୁସିରେ ଚାଲୁଥିଲା ଏହି ଛୋଟିଆ ପରିବାର, ହେଲେ ଏହି ପରିବାରକୁ ଏଵେ କାହା ନଜର ଲାଗିଯାଇଛି । ଦୁଃଖର କଳା ବାଦଲ ପରିବାର ଉପରକୁ ମାଡି ଆସିଛି ।

୨୦୨୦ମସିହାରେ ବାରମ୍ବାର ବାନ୍ତି ହେବାରୁ ପ୍ରଥମେ care ହସ୍ପିଟାଲ ଦେଖାଇ ଔଷଧ ଖାଇଥିଲେ ଆଶିଷ , ହେଲେ କିଛି ସୁଫଳ ମିଳିନଥିଲା । ଡାକ୍ତରଙ୍କ ପରାମର୍ଶ ପରେ ପରୀକ୍ଷା କରାଇବାରୁ କିଡନୀ ରୋଗରେ ଆକ୍ରାନ୍ତ ଥିବା ଜଣା ପଡିଥିଲା । ଆଉ ଏ ଖବର ଶୁଣିବା ପରେ ଆଶିଷଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଘରର ଏକମାତ୍ର ରୋଜଗାରିଆ ପୁଅ କିଡନୀ ରୋଗରେ ପିଡିତ ହୋଇ ଏଵେ ବିଛଣାରେ । ପ୍ରତି ସପ୍ତାହରେ ଔଷଧ ଓ ଚିକିତ୍ସା ପାଈଁ ୩ ରୁ ଚାରି ହଜାର ଟଙ୍କା ଖର୍ଚ୍ଚ ହେଉଛି । ପରିବାରର ଆର୍ଥୀକ ଅବସ୍ଥା ଖରାପ ଥିବାରୁ ଆଶିଷଙ୍କ ଉତ୍ତମ ଚିକିତ୍ସା ହୋଇପାରୁନାହିଁ । ତେବେ ଡାକ୍ତରଙ୍କ ସୂଚନା ଅନୁଯାୟୀ ଆଶିଷ୍‌ଙ୍କ ୨ ଟି କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ତାକୁ ତୁରନ୍ତ ପ୍ରତ୍ୟାରୋପଣ କରିବାକୁ ପରାମର୍ଶ ଦିଆଯାଇଛି । ହେଲେ ଆଶିଷ୍‌ଙ୍କ ଆର୍ଥିକ ପରିସ୍ଥିତି ଚିକିତ୍ସାରେ ବାଧକ ସାଜିଛି । ନିଜ ପରିବାର ପାଇଁ ବଞ୍ଚିବାକୁ ଚାହୁଛନ୍ତି ଆଶିଷ୍ । ଅନ୍ୟପଟେ ଦୁଃଖ ଯନ୍ତ୍ରଣାରେ ଜର୍ଜରିତ ସ୍ୱାମୀକୁ ବଞ୍ଚାଇବାକୁ ସ୍ୱାମୀର ମୁଣ୍ଡକୁ ଆଉଁସି ଦେଉଛନ୍ତି ସ୍ତ୍ରୀ । ଆଉ ଆଶିଷ ସରକାର ନିକଟରେ ଆକୁଳ ନିବେଦନ କରୁଛନ୍ତି ମୋତେ ସହାୟତା କର, ମୁଁ ବଞ୍ଚିଯିବି । ପରିବାର ର ଏକମାତ୍ର ରୋଜଗାରିଆ ଯେତେବେଳେ ରୋଗର ଶଯ୍ୟା ରେ ପଡ଼ିରହିଛି, ସେତେବେଳେ ପୂରା ପରିବାର ଅସହାୟ ହୋଇପଡିଛନ୍ତି । କୀଡୀନି ରୋଗ ରେ ଆକ୍ରାନ୍ତ ହୋଇ ଆଶିଷ ଆଖି କୁ ନିଦ ଆସୁନାହିଁ । ଯଦି ଆପଣମାନେ ଆଶିଷଙ୍କୁ କିଛି ସହାୟତା କରିବାକୁ ଚାହୁଁଛନ୍ତି ତେବେ ଆପଣମାନେ ଏହି ଆକାଉଣ୍ଟ ନଂ ରେ ନିଜ ସକ୍ଷମ ଅନୁସାରେ ପଠାଇପାରିବେ ।

ଆଶିଷ ଲେଙ୍କା
ଷ୍ଟେଟ ବ୍ୟାଙ୍କ ଶାଖା, ଅସ୍ତରଙ୍ଗ
ଆକାଉଣ୍ଟୁ ନମ୍ବର :-୩୦୯୦୧୬୩୪୨୨୬
IFSC code :-SBIN0012036
PHONE PAY :-୯୪୩୮୪୦୪୦୨୦

Leave a Reply

Your email address will not be published. Required fields are marked *