Pratidin TV

Odisha's Digital News Platform

ରାଜ୍ୟରେ ପୁଣି ଦୁର୍ଘଟଣା : ଉଜୁଡିଗଲା ପୁରା ପରିବାର , ଗାଡିରେ ଥିଲେ ବାପା ମା’ ଛୁଆ…

1 min read

କୋରାପୁଟ୍ : ରାଜ୍ୟରେ ପୁଣି ଦୁର୍ଘଟଣା ଉଜାଡିଦେଲା ସୁନାର ସଂସାର । ଗତକାଲି ଦିଗପହଣଯଡିର ଭୟଙ୍କର ଦୁର୍ଘଟଣା ମନରୁ ନଲିଭୁଣୁ ପୁଣି ଆଜି କୋରାପୁଟ୍ ଜିଲ୍ଲା ବୈପାରିଗୁଡାରେ ଘଟିଯାଇଛି ଅଘଟଣ । ଦୁର୍ଘଟଣାରେ ଉଜୁଡିଯାଇଛି ହସ ଖୁସିର ସଂସାର ।

ଖବର ଅନୁଯାୟୀ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳର ପୁଙ୍ଗାର ଗାଁ ନିକଟରେ ଆଜି ସକାଳେଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ୨୬ ନଂ ଜାତୀୟ ରାଜପଥ ପୁଙ୍ଗାର ଗାଁ ନିକଟରେ ଏକ କାରକ୍ ଧକ୍କା ଦେଇଥିଲା ଟ୍ୟାଙ୍କର । ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କରଟି କାରକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ମୃତକ ୩ ଜଣ ହେଉଛନ୍ତି କାରର୍ ଥିବା ବାପା ମା’ ଓ ଛୋଟ ଝିଅଟି । କୌଣସି କାମରେ ସେମାନେ ବୈପାରୀଗୁଡାରୁ ବିଶାଖାପାଟଣା ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବାପା ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଝିଅଟିର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଟ୍ୟାଙ୍କର ଓ ତାର ଡ୍ରାଇଭରକୁ ଅଟକ ରଖିଛନ୍ତି। ଦୁର୍ଘଟଣାରେ ପରେ ଜାତୀୟ ରାଜପଥରେ ଗାଡ଼ିଚଳାଚଳ ବନ୍ଦ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Advertisement

ସେହିଭଳି ଗତକାଲି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଯାଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *