Pratidin TV

Odisha's Digital News Platform

ଚିନ୍ତାର ଖାଉଟି ; ସେଞ୍ଚୁରି ଛୁଇଁଲା ଟମାଟୋ କେଜି …

1 min read

ଭୁବନେଶ୍ୱର : ଖାଉଟି ମୁଣ୍ଡରେ ଚଡକ । ବଜାରରେ ରାସନ ଜିନିଷ ତ ଆକାଶ ଛୁଆଁ ଥିଲା । କିନ୍ତୁ ଏବେ ସେଞ୍ଚୁରି ପାର କରୁଛି ପନିପରିବା । ତେବେ ସବୁଠୁ ବଡ କଥା ହେଲା କିଲୋପିଛି ୧୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଏବେ ୧୦୦ ଟଙ୍କା ପାର କରିଛି ।

ମିଳିଥିବା ଖବର ଅନୁଯାୟୀ ବର୍ତ୍ତମାନ କଟକରେ ଟମାଟୋ କେଜି ପିଛା ଶହେରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ବାଲେଶ୍ୱରରେ କେଜି ପ୍ରତି ୧୦୦ଟଙ୍କା ରହିଛି ଟମାଟୋ ଦର। ବ୍ରହ୍ମପୁରରେ ମଧ୍ୟ ବିଭିନ୍ନ ବଜାରରେ ଟମାଟୋ କେଜି ୧୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଷ୍ଟିଲସିଟି ରାଉରକେଲାରେ ଟମାଟୋ କେଜି ୯୦ ଟଙ୍କାରେ ବିକ୍ରି ହେଉ ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଟମାଟୋ ଦର କେଜି ପିଛା ୮୦ ଟଙ୍କା ରହିଛି । ସମ୍ବଲପୁରରେ ମଧ୍ୟ ଟମାଟୋ କେଜି ପ୍ରତି ୮୦ରୁ ୯୦ ଟଙ୍କା ମଧ୍ୟରେ ରହିଛି। ତେବେ କୋରାପୁଟରେ ସାମାନ୍ୟ କମ୍ ରହିଛି । ଏଠାରେ ଟମାଟୋ କେଜି ପ୍ରତି ୫୦ ଟଙ୍କା ରହିଛି।

Advertisement

ରାଜ୍ୟରେ ହଠାତ୍ ଟମାଟୋ ଦର ବୃଦ୍ଧି ପାଇବାର କାରଣ ପ୍ରବଳ ବର୍ଷା । ତେବେ ବେଙ୍ଗଲୁରରୁ ଓଡ଼ିଶାକୁ ଟମାଟୋ ଆସିଥାଏ। ବେଙ୍ଗଲୁରରେ ପ୍ରବଳ ବର୍ଷା ହେଥିବାରୁ ଟମାଟୋ ଗୁଡିକ ବର୍ଷା ଯୋଗୁ ପଚିଯାଇଛି । ଫଳରେ ଠିକ୍ ଆମଦାନୀ ହେଇପାରୁନାହିଁ । ଆଣିବା ବାଟରେ ହିଁ ଅଧା ପାଚିଯାଉଛି ।

Leave a Reply

Your email address will not be published. Required fields are marked *