Pratidin TV

Odisha's Digital News Platform

କାର୍ଡବୋର୍ଡରେ ପରିବେଶ ସଚେତନତା ବାର୍ତ୍ତା

1 min read

ଭୁବନେଶ୍ୱର: ଆଜି ପାଳିତ ହେଉଛି ବିଶ୍ୱ ପରିବେଶ ଦିବସ । ୧୯୭୪ ମସିହାରୁ ପ୍ରତିବର୍ଷର ଜୁନ୍ ୧ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବରେ ପାଳନ କରାଯିବା ସହିତ ବିଶ୍ୱବାସୀଙ୍କୁ ଏ ଦିଗରେ ସଚେତନ କରାଯାଇଥାଏ । ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ସମସ୍ତଙ୍କୁ ନିଜର ଚିତ୍ରକଳାରେ ସଚେତନ କରିବାର ପ୍ରୟାସ କରିଛନ୍ତି । ଏକ କାର୍ଡ ବୋର୍ଡ, ଅଏଲ ପେପର ଏବଂ ଆକ୍ରିଲିକ୍ ରଙ୍ଗ ସାହାଯ୍ୟରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଚଳିତ ବର୍ଷର ଥିମ୍ ‘କେବଳ ଗୋଟିଏ ପୃଥିବୀ’କୁ ନିଜର ଚିତ୍ରକଳାରେ ଦେଖାଇଥିଲେ ପ୍ରିୟଙ୍କା

ବର୍ତ୍ତମାନ ସମୟରେ ଅଧିକ ଚାରା ରୋପଣ କରିବା ସହ ଏକ ସୁସ୍ଥ ପରିବେଶ ଗଠନ କରିବା ଆହ୍ୱାନ ହୋଇଛି । ପୃଥିବୀର ସନ୍ତାନ ଭାବେ ମଣିଷ ନିଜର କର୍ତ୍ତବ୍ୟ ଆଧାରରେ ପୃଥିବୀର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଲେ ମଣିଷ ସୁସ୍ଥ ରହିବା ସହ ସୁସ୍ଥ ପରିବେଶ ଗଠନ ହେବ ବୋଲି ପରିବେଶବିତ ମାନେ ମତବ୍ୟକ୍ତ କରିଛନ୍ତି । ଆମେରିକାର ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ, ୨୦୧୯ ମସିହାରେ ବିଭିନ୍ନ ପରିବେଶ ଜନିତ ରୋଗରେ ପୃଥିବୀର ୯୦ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବାବେଳେ ଭାରତ ବର୍ଷରେ ୨୩ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । ଯାହା ଆଜିର ଚିନ୍ତାକୁ ଦ୍ୱିଗୁଣିତ କରିଛି । ପରିବେଶର ସୁରକ୍ଷା ପାଇଁ ଜୈବ ଇନ୍ଧନ, ସବୁଜ ହାଇଡେ଼୍ରାଜେନ ଏବଂ ବିଦ୍ୟୁତ ଭେଇକିଲ ବ୍ୟବହାର ଅତ୍ୟନ୍ତ ଜରୁରୀ ହୋଇଛି । ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ପରିମାଣ ହ୍ରାସ ସହିତ ଭୂତଳ ଜଳସ୍ତର ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ ।

Advertisement

Leave a Reply

Your email address will not be published. Required fields are marked *