Pratidin TV

Odisha's Digital News Platform

ଜୀବନର ଶେଷ ଯାତ୍ରା ପାଲଟିଲା ବାହୁଡା : ରଥ ଟାଣୁ ଟାଣୁ ଲାଗିଗଲା କରେଣ୍ଟ , ୬ ଜୀବନ୍ତଦଗ୍ଧ ୧୮ ଆହତ ….

1 min read

ତ୍ରୀପୁରା : ବାହୁଡାରେ ଅଘଟଣ । କିଏ ଜାଣିଥିଲା ଜୀବନର ଶେଷ ଯାତ୍ରା ପାଲଟିବ ବାହୁଡା । ଖୁସି ଆନନ୍ଦରେ ଶ୍ରଦ୍ଧାଳୁମାନେ ରଥକୁ ଟାଣି ନେଉଥିଲେ ମନ୍ଦିର । ହେଲେ ଭଗବାନଙ୍କ ସାମ୍ନାରେ ହଠାତ୍ ଜୀବନ୍ତ ଜଳିଗଲେ ୭ ଭକ୍ତ । ଏଭଳି ଏକ ହୃଦୟବିଦାରକ ଘଟଣା ତ୍ରୀପୁରା ୟୁନାକୋଟି ଜିଲ୍ଲାରେ ଘଟିଛି ଯାହାକୁ ନେଇ ଶୋକରେ ବୁଡିଯାଇଛି ପୁରା ଅଞ୍ଚଳ ।

ସୂଚନାଯୋଗ୍ୟ ଯେ ଗତକାଲି ଉନାକୋଟି ଜିଲ୍ଲାର କୁମାରଗାଟରେ ଗତକାଲି ଅପରାହ୍ଣ ୪ଟାରେ ପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଚାଲିଥିଲା । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରେ ବସାଇ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରକୁ ଶ୍ରଦ୍ଧାଳୁମାନେ ଆଣୁଥିଲେ। ରଥଯାତ୍ରାରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ରଥଟି ଲୁହାରେ ନିର୍ମିତ ହୋଇଥିଲା ଏବଂ ବହୁତ ସାଜସଜ୍ଜା କରାଯାଇଥିଲା । ହଜାର ହଜାର ସଂଖ୍ୟକ ଭକ୍ତ ରଥକୁ ଟାଣୁଥିବା ସମୟରେ ଅକସ୍ମାତ୍ ବାଟରେ ଏକ ୧୩୩ କେଭି ବିଦ୍ୟୁତ୍ କେବୁଲ୍ ସଂସ୍ପର୍ଶରେ ଆସି ଯାଇଥିଲା। ତେବେ ରଥଟି ଲୁହାରେ ନିର୍ମିତ ହୋଇଥିବା ଯୋଗୁ କରେଣ୍ଟ ଧରିନେଇଥିଲା ଏବଂ ଘଟଣା ସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଥିଲେ । ସେ ସମୟର ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ଲୋକମାନେ ଚିତ୍କାର କରୁଥିଲେ ମଧ୍ୟ କେହି ପାଖକୁ ଯାଇ ବଞ୍ଚାଇପାରିନଥିଲେ । ବିଦ୍ୟୁତ୍ ସଂସ୍ପର୍ଶରେ ଲାଗି ଜୀବନ୍ତ ଲୋକମାନେ ହୁ ହୁ ହୋଇ ଜଳୁଥିଲେ । ୬ ଜଣ ମୃତକଙ୍କ ମଧ୍ୟରୁ ୨ ଜଣ ଶିଶୁ ଥିବା ଜଣାପଡିଛି । ଏହି ଘଟଣାରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ଫଳରେ ମୃତ୍ୟୁସଂଖ୍ୟା ବଢିବାର ସମ୍ଭାବନା ରହିଛି ।

Advertisement

ଅନ୍ୟପଟେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ରଥ କିପରି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ତାହା ଜାଣିବାକୁ ଚେଷ୍ଟା ଚଳାଇଛି । ସେହିଭଳି ତ୍ରୀପୁରାର ମୁଖ୍ୟମନ୍ତ୍ରୀ ମାନିକ ଶାହ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ଆହତଙ୍କ ପାଇଁ ୫୦ ହଜାର ଓ ମୃତକଙ୍କ ପରିବାର ପାଇଁ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *