ସଫଳ ହେଲା କୁମ୍ବି ଅପରେଶନ : ଠାବ ହେଲା ମାଓ କ୍ୟାମ୍ପ, ବଡ ଧରଣର ଅଘଟଣରୁ ବଞ୍ଚିଲା ..
1 min readନୂଆପଡା : ନୂଆପଡା ପୋଲିସ୍ ଟିମ୍କୁ ବଡ ସଫଳତା । ଠାବ ହେଲା ମାଓ କ୍ୟାମ୍ପ । ବିଫଳ ହେଲା ନକ୍ସଲଙ୍କ ପ୍ଲାନ୍ । ଖବର ଅନୁଯାୟୀ ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଝୋଲାପଡା ଗାଁ ନିକଟସ୍ଥ ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓକ୍ୟାମ୍ପ ଠାବ ହୋଇଛି ।
ସେଥିରୁ ବିସ୍ଫୋରକ ସାମଗ୍ରୀ ସହ ମାଓପୁସ୍ତିକା, ମାଓପୋଷାକ, ଔଷଧ ବଟିକା ଜବତ ହୋଇଛି । ପୋଲିସ ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ପାଟଦରା ସଂରକ୍ଷିତ ଜଙ୍ଗଲରେ ମେନପୁର – ନୂଆପଡା ଡିଭିଜନର ସଶସ୍ତ୍ର ମାଓବାଦୀମାନେ ଏକ କ୍ୟାମ୍ପ କରି ବଡଧରଣର ଅଘଟଣ ଘଟେଇବା ପାଇଁ ଯୋଜନା କରୁଥିଲେ । ଏନେଇ ପୋଲିସ ଖବରପାଇବା ପରେ ସେହିଅଂଚଳରେ ସିଆରପିଏଫ, ଏସଓଜି ଓ ଡିଭିଏଫ ଯବାନଙ୍କ ପକ୍ଷରୁ ମିଳିତ ଭାବେ କୁମ୍ବିଂ ଅପରେସନ କରାଯାଇଥିଲା ।
ଜବାନମାନଙ୍କ କୁମ୍ବିଂ ଅପରେସନ ଖବରପାଇ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ପରେ ସେଠାରୁ ପୋଲିସ ମାଓକ୍ୟାମ୍ପ ଠାବ କରିଛି । ଏବେବି ସମ୍ପୃକ୍ତ ଅଂଚଳରେ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ନୂଆପଡା ଆରକ୍ଷୀ ଅଧ୍ୟକ୍ଷକ ଜିଆର ରାଘବେନ୍ଦ୍ର ସୂଚନାଦେଇଛନ୍ତି ।