ହଜିଗଲା ମଣିଷର ମାନବିକତା : ଶବକୁ ମିଳିଲାନି ସମ୍ମାନ, ସତ୍କାର ନକରି ଫିଙ୍ଗିଦେଲେ ଜଙ୍ଗଲରେ ..
1 min readପରଜଙ୍ଗ : ଶବ ସତ୍କାର କରିବାକୁ ଟଙ୍କା ନେଲେ ହେଲେ ସତ୍କାର ନକରି ଜଙ୍ଗଲରେ ଫିଙ୍ଗିଦେଲେ । ଏଭଳି ଏକ ଅବାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଂଚଳରେ ଦେଖିବାକୁ ମିଳିଛି । ଶବବୁହା ଗାଡ଼ି ଚାଳକ ଶବ ପୋତିବାକୁ ଟଙ୍କା ନେଇ,ଜଙ୍ଗଲରେ ଶବକୁ ଫିଙ୍ଗି ଦେଇଥିବା ଅଭିଯୋଗ ଆସିଛି । ଚାରି ଦିନ ପରେ ବସୋଈ ବାରବାଙ୍କ ଦକ୍ଷିଣ ପାର୍ଶ୍ଵ ସରଂକ୍ଷିତ ଜଙ୍ଗଲ ପଣ୍ଡା ତୈଳାରେ ଦୁର୍ଗନ୍ଧ ହେବା ପରେ, ସ୍ଥାନୀୟ ଲୋକ ଭୟଭୀତ ହୋଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲେ ।
ସୂଚନା ମୁତାବକ ଉକ୍ତ ଶବଟି ଚାରି ଦିନ ତଳେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଛେଦ ହୋଇଥିବା ଜଣାପଡିଛି । ଦଦାରାଘାଟି ଥାନା ଅଧୀନ ଡୁମୁହାଣୀ ଗାଁର ନିଖୋଜ ଥିବା ମୃତ ମହିଳା ଜଣକ ମୃତ୍ୟୁ ମୂଳିଆ ନାଏକଙ୍କ ପତ୍ନୀ ବାଳବତୀ ନାଏକ (୬୦)ଙ୍କ ବୋଲି ଜଣା ପଡିଥିଲା । ନିଖୋଜ ବାଳବତୀଙ୍କର ଶବ ବାହୁଡା଼ ଦିନ ଗାଁ ପାଖ ବଗଛେରା ନାଳ ନିକଟରୁ ମିଳିଥିଲା । ଦଦାରାଘାଟି ଥାନା ଅଧିକାରୀ ଖବର ପାଇ ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇ ଥିଲେ । ସେଦିନ ସନ୍ଧ୍ୟା ହୋଇ ଯିବାରୁ ୨୯ ତାରିଖରେ ପରିବାରଙ୍କୁ ହସ୍ତାନ୍ତର ହୋଇଥିଲା । କିନ୍ତୁ ଶବ ଏଠାକୁ କିପରି ଆସିଲା ବୋଲି ସ୍ଥାନୀୟ ପୋଲିସ ଆଶ୍ଚର୍ଯ୍ୟ ଚକିତ ହେବା ସହ ଏନେଇ ଅଧିକ ତଦନ୍ତ କରିଥିଲେ ।
ତେବେ ଉକ୍ତ ଗଳିତ ଶବଟି ମୃତକଙ୍କ ପୁଅ ବହୁ ମାନସିକ ଅନଗ୍ରସର କାରଣରୁ ଶବ ନ ନେବାରୁ ଆଖୁଆପାଳ ସରପଞ୍ଚ ଉକ୍ତ ଶବଟିକୁ ଜଙ୍ଗଲରେ ପୋତି ଦେବାକୁ ଶବ ବହୁଥିବା ଗାଡ଼ି ଚାଳକଙ୍କୁ ସାତ ହଜାର ଟଙ୍କା ଦେଇଥିଲେ । କିନ୍ତୁ ସେ ଉକ୍ତ ଗଳିତ ଶବଟିକୁ ନପୋତି ଜଙ୍ଗଲରେ ଫିଙ୍ଗିଦେଇଥିବା ସ୍ୱୀକାର କରିଥିବା ବେଳେ, ପୁନଶ୍ଚ ଘଟଣା ସ୍ଥଳକୁ ଯାଇ ଗଳିତ ଶବଟିକୁ ମାଟି ଖୋଳି ପୋତିଛନ୍ତି । ତେବେ ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।