Pratidin TV

Odisha's Digital News Platform

ଔଷଧର କ୍ଲିନିକାଲ୍ ରିସର୍ଚକୁ ନେଇ ଆଲୋଚନାଚକ୍ର: ଭଲ୍ୟୁଣ୍ଟର ସମ୍ମାନିତ

1 min read

ଭୁବନେଶ୍ୱର: ଓଡ଼ିଶାର କ୍ଲିନିକାଲ ରିସର୍ଚ୍ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସିଆରଓ ଫାର୍ମାଟ୍ରେଣ୍ଡଜ୍ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଏହାର ପଞ୍ଚମ ବାର୍ଷିକ ଉତ୍ସବ ପିପୁଲ ପଦ୍ମଜା ହୋଟେଲ ଆଣ୍ଡ କନଭେନସନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଡ଼ା. ରବି ନାରାୟଣ ସାହୁ, ଡ଼ା. ଅରକ୍ଷିତ ସ୍ୱାଇଁ, ଡ଼ା. ଦେବଦର୍ଷି ରଥ, ଡ଼ା. ପ୍ରଶାନ୍ତ କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ କୁ ଉଦଘାଟନ କରିଥିଲେ। ବିଶେଷ ଅତିଥି ଭାବରେ ଓଲିଉଡ଼ କମେଡିଆନ ପ୍ରଜ୍ଞା ରଞ୍ଜନ ଖଟୁଆ ଏଥିରେ ଅଂଶଗ୍ରହଣ କରିଥିଲେ।

କମ୍ପାନୀର ମୁଖ୍ୟ ଡଃ ସାଇପ୍ରସନ୍ନା ବେହେରା ଏବଂ ପରାମର୍ଶଦାତା ସୁଦୀପ ପାତ୍ର ଡାକ୍ତର ମାନଙ୍କୁ ସମ୍ମାନିତ କରିବା ସହ ନୂତନ ଚିକିତ୍ସା ଓ ଉନ୍ନତ ମାନର ଔଷଧ ଉଦ୍ଭାବନ କ୍ଷେତ୍ରରେ ଡାକ୍ତର, ବୈଜ୍ଞାନିକ, ରିସର୍ଚ୍ କୋର୍ଡିନେଟର ଫାର୍ମାସିଷ୍ଟ, ନର୍ସ ଓ ଅନ୍ୟସ୍ବାସ୍ଥ୍ୟକର୍ମୀ ମାନଙ୍କର ଭୂମିକା ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାସହ କମ୍ପାନୀର ଉଲ୍ଲେଖନୀୟ ଯୋଗଦାନ ବିଷୟରେ ବିବରଣୀ ପ୍ରଦାନ କରିବା ସହିତ ଆଗାମୀ ଦିନରେ ପାଶ୍ଚାତ୍ୟ ଦେଶ ମାନଙ୍କ ଭଳି ଓଡ଼ିଶା ତଥା ଭାରତରେ ଏହାକୁ ଅଧିକ ମାତ୍ରାରେ ଲୋକପ୍ରସାର କରିବାର ପ୍ରଚେଷ୍ଟା ଜାରି ରହିବ ବୋଲି ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।

Advertisement

ଏହି ପରିପ୍ରକ୍ଷୀରେ ରିସର୍ଚ୍ ରେ ଅଂଶଗ୍ରହଣ କରି ଉପକୃତ ହୋଇଥିବା ରୋଗୀ ମାନଙ୍କୁ ଡ଼ା. ଘନଶ୍ୟାମ ବିଶ୍ୱାସଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ କମ୍ପାନୀ ର କର୍ମକର୍ତ୍ତା ମାନେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *