Pratidin TV

Odisha's Digital News Platform

ରିଲ୍ ନୁହଁ ସେ ରିଅଲ୍ ହିରୋ : ପାହାଳ ପ୍ଲାଏଓଭର ଦୁର୍ଘଟଣାରେ ଆହତଙ୍କ ଜୀବନ ବଞ୍ଚାଇଲେ ସିର୍ଦ୍ଧାନ୍ତ ମହାପାତ୍ର …

1 min read

ଭୁବନେଶ୍ୱର : ରିଲ୍ ନୁହେଁ ସେ ରିଅଲ ହିରୋ । ସେ ଆଉ କେହି ନୁହଁନ୍ତି ଆମ ସଭିଙ୍କ ପ୍ରିୟ ସିର୍ଦ୍ଧାନ୍ତ ମହାପାତ୍ର ବା ମୁନ୍ନା ଭାଇ । ଯାହାଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଧରିଛି ଜୋର୍ । ସବୁ ସ୍କ୍ରିନ ସବୁ ପେପରର ଫ୍ରଣ୍ଟପେଜ୍‌ରେ ଏବେ ସିର୍ଦ୍ଧାନ୍ତ ମହାପାତ୍ର । କିନ୍ତୁ ଏଥର କେଉଁ ଫିଲ୍ମ ପାଇଁ ନୁହେଁ ବରଂ ମଣିଷତ୍ୱ ଦେଖାଇ ଜଣଙ୍କ ଜୀବନ ବଞ୍ଚାଇ ଚର୍ଚ୍ଚାରେ ମୁନ୍ନା ଭାଇ । ଦୁର୍ଘଟଣା ସମୟର ଗୋଲଡେନ୍ ଆୱାରରେ ଉଦାହରଣ ସୃଷ୍ଟି କରିଛନ୍ତି ସିଦ୍ଧାନ୍ତ ।

ଗୋଲଡେନ୍ ଆୱାର – ଦୁର୍ଘଟଣା ଘଟିଥିବା ସମୟର ୧ ଘଣ୍ଟା ଭିତରେ ଆହତଙ୍କୁ ତୁରନ୍ତ ସଠିକ୍ ମେଡିକାଲରେ ପହଞ୍ଚାଇବାକୁ ଗୋଲଡେନ୍ ଆୱାର କୁହାଯାଏ ।

Advertisement

ଗତକାଲି ଭୁବନେଶ୍ୱର ପାହାଳ ପାଖ ଫ୍ଲାଏଓଭର ଗଡାଣି ନନା ହୋଟେଲ ସାମ୍ନାରେ ଅପରାହ୍ନ ୨ ଟା ୧୫ ସମୟରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏକ କଲେଜରେ କର୍ଯ୍ୟକ୍ରମ ସାରି ଫେରୁଥିଲେ । ସେହି ମସୟରେ ପ୍ଲାଏଓଭର ଠାରେ ଏକ ଭୟଙ୍କର ଦୁର୍ଘଟଣା ଦେଖିଥିଲେ ସିର୍ଦ୍ଧାନ୍ତ । ଏବଂ ତୁରନ୍ତ ନିଜ ଗାଡିରୁ ଓହ୍ଲାଇ ଘଟଣା ସ୍ଥଳରେ ପହଞ୍ଚିଯାଇଥିଲେ । ଦୁର୍ଘଟଣାଟି ଏପରି ଥିଲା କି ଏ ବାଇକ୍ ଚାଳକଙ୍କୁ ପିକଅପ୍ ଭ୍ୟାନ ଧକ୍କା ଦେଇ ପ୍ରାୟ ୧ କିଲୋମିଟର ଘୋଷାଡି ନେଇଥିଲା । ଫଳରେ ବାଇକ୍ ଚାଳକଙ୍କ ବାମ ଗୋଡ ଆଣ୍ଠୁତଳୁ ପ୍ରାୟ ୮୦ ପ୍ରତିଶତ ନଷ୍ଟ ହୋଇଯାଇଥିଲା । ଆଉ ଡେରିନକରି ସିର୍ଦ୍ଧାନ୍ତ ତୁରନ୍ତ ଆମ୍ବୁଲାନ୍ସଙ୍କୁ ଡକାଇଥିଲେ । ଏବଂ ନିଜ ଗାଡିକୁ ଆଗରେ ରଖି ଆମ୍ବୁଲାନ୍ସକୁ ବାଟ କଢାଇଥିଲେ ।

ଏହା ପରେ କମିସନରଙ୍କ ସାହାର୍ଯ୍ୟ ନେଇ ବେହେରାସାହିଠାରୁ ପିସିଆର ଭ୍ୟାନ୍ ଯୋଗେ ଆମ୍ଭୁଲାନ୍ସଙ୍କୁ ଆହୁରୀ ଶୀଘ୍ର ବାଟକଢାଇବାର ବ୍ୟବସ୍ଥା କରିଥିଲେ । ଫରେଷ୍ଟ ପାର୍କ ସ୍ଥିତ ସୁଶ୍ରୁତ ହସ୍ପିଟାଲରେ ତାଙ୍କୁ ନେଇ ଭର୍ତ୍ତି କରାଯାଇଥିଲା । ଆହତ ବ୍ୟକିଙ୍କ ମୋବାଇଲ ଫୋନରୁ ବହୁ କଲ୍ କରି ଶେଷରେ ଶ୍ରୀ ସ୍ୱାଇଁଙ୍କ ପରିବାର ବର୍ଗଙ୍କୁ ଖବର ଦେବାରେ ସଫଳ ହୋଇଥିଲେ ସିର୍ଦ୍ଧାନ୍ତ । ଏହାପରେ ଆହତଙ୍କ ପରିବାର ଲୋକ ଆସିବା ପର୍ଯ୍ୟନ୍ତ ସିର୍ଦ୍ଧାନ୍ତ ହସ୍ପିଟାଲରେ ରହିଥିଲେ । ସିର୍ଦ୍ଧାନ୍ତଙ୍କ ଏପରି କାମ ବହୁ ଯୁବପୀଢି ଓ ଜନସାଧାରଣଙ୍କ ମନରେ ଉତ୍ସାହ ଭରିଦେଇଥିଲା । ତେବେ ଆହତ ବ୍ୟକିଙ୍କ ପରିଚୟ ମିଳିପାରିଛି । ତାଙ୍କ ନାଁ ମଦନ ସ୍ୱାଇଁ । ସେ ଜଣେ ଆଇନ୍‌ଜୀବି ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *