Pratidin TV

Odisha's Digital News Platform

ଆରପାରିରେ ପୁଅ ବୋହୂ : ବର୍ଷକର ନାତୀକୁ ଶୁଖିଲା ଭାତ ଖୁଆଇ ବଞ୍ଚାଇଛି ବୁଢୀ ମା’ ……..

1 min read

ଦେବଗଡ଼ : ସତରେ କଣ ଭଗବାନ ଏତେ ନିଷ୍ଠୁର । ନା କଳିଯୁଗରେ ତୁମେ ପଥର ପାଲଟିଯାଇଛ ବୋଲି ଏ ବୁଢୀ ଲୋକଟାର ଦୁଃଖ ଯନ୍ତ୍ରଣା ଦେଖିପାରୁନା । ଏଭଳି କହି ମାଟିରେ ମୁଣ୍ଡ ପିଟୁଛି ବୁଢୀ ମାଉସୀ । ଆଉ କହିହେଉଛି କଣ ଯଦି ପାପ କରିଥିଲି ମୋତେ ଦଣ୍ଡ ଦେଇଥାନ୍ତୁ । ଏ ବର୍ଷକର ଛୁଆଁ କଣ କରିଥିଲା ଯେ ସେ ସଂସାରକୁ ଆସୁ ଆସୁ ତାକୁ ବାପା ମା ଛେଉଣ୍ଡ କରିଦେଲୁ ।

ଦେବଗଡ଼ ଜିଲ୍ଲା, ବାରକୁଟ ବ୍ଲକ, ମନହରପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ହୃଦୟବିଦାରକ ଦୃଶ୍ୟ । ଠିକ୍ ୭ ମାସ ପୂର୍ବରୁ କିଡନୀ ରୋଗରେ ବୁଢୀ ମାଉସୀର ପୁଅ ବୈକୁଣ୍ଠ ମହାକୁଳ ଆର ପାରିକୁ ଚାଲିଯାଇଥିଲେ । ଆଉ ଏବେ ଆଖିବୁଜିଦେଇଛି ଏକମାତ୍ରା ସାହାର ଥିବା ବୋହୂ ଛବି ମହାକୁଳ । ପୁଅ ବୋହୂ ସିନା ଆରପାରିକି ଚାଲିଗଲେ ହେଲେ ଏଇ ଛୋଟିଆ ଜୀବନକୁ (ନାତୀ ୧ ବର୍ଷର) ସବୁଦିନ ପାଇଁ ଅନାଥ କରିଦେଇଗଲେ । ଜେଜେବାପା ଜେଜେ ମା ପରିଣତ ବୟସରେ ନାତିର ଦାୟିତ୍ୱକୁ ସମ୍ଭାଳିବା ବୋଝ ଯେମିତି ନଳିତା ବିଡା ସଦୃଶ୍ୟ ହୋଇପଡିଛି । ରାତିରେ ମା’କୁ ଖୋଜୁଛି ୧ ବର୍ଷର ପୁଅ କାହ୍ନା । କ୍ଷୀର ଖାଇବା ପାଇଁ ରାହ ଧରୁଛି । କିନ୍ତୁ କିଏ ବୁଝାଇବ ତା ମା ଯେ ଆଉ କେବେ ଫେରିବନି ।

ଅଭାବୀ ପରିବାର ରୋଜଗାରିଆ ପୁଅ ଆରପାରିରେ ପଛେ ପଛେ ବୋହୁ ଚାଲିଗଲା । କେଉଁଠ ଆଣିବ ଖାଇବା ବୁଢୀ ଜେଜେ ମା । କେଉଁଠୁ ମୁଠାଏ ଭାତ ଫୁଟାଇ ବର୍ଷକର ଛୁଆ ପାଟିରେ ବଞ୍ଚିବାକୁ ଦେଉଛି ଯେ ସେ ଟିକେ ପାଟିକୁ ନେଲେ ସବୁ ଥୁ ଥୁ କରି ଫପାଡିଦେଉଛି । ବୃଦ୍ଧା ବୟସରେ କେଉଁଠି ଖଟିବ ବୁଢୀ ଜେଜେମା ସାଙ୍ଗରେ କୁନି ଜୀବନ । ତାକୁ ଛାଡିକି ବି କେଉଁ ଆଡେ ଯିବ ଖଟିବାକୁ । ଏମିତି ଅବସ୍ଥାରେ ଦିନ କାଟୁଛନ୍ତି ମନହରପୁର ଗ୍ରାମର ବୃଦ୍ଧ ଦମ୍ପତ୍ତି । ଏଯାଏଁ ମିଳୀନି ସରକାରୀ ସହାୟତା । ହରିଶ୍ଚନ୍ଦ୍ର ଯୋଜନାରେ ଶବଦାହ କରିବା ପାଇଁ ୨୦୦୦/-ଟଙ୍କା ମିଳିଗଲା ସିନା କିନ୍ତୁ ତାହା ବା କେତେଦିନ ଚଳିବ ? ବୁଢା ବୁଢୀ ଦୁହେଁ ନାତୀର ଭବିଷ୍ୟତ କେମିତି ଗଢିବେ ଏହି ପରିଣତ ବୟସରେ । ତେବେ ଦେଖିବା ବାକି ରହିଲା ଯେ ପ୍ରଶାସନ ଦୃଷ୍ଟିରେ କେବେ ପଡୁଛି ଏହି ଅସହାୟ ପରିବାରର ଦୁଃଖ !

Leave a Reply

Your email address will not be published. Required fields are marked *