Pratidin TV

Odisha's Digital News Platform

ଭୁବନେଶ୍ୱରରେ DN ହୋମ୍ସରେ IT ରେଡ୍ , ୨୦ ରୁ ଉର୍ଦ୍ଧ ସ୍ଥାନରେ ଚାଲିଛି ଚଢାଉ

1 min read

ଭୁବନେଶ୍ୱର : ଭୁବନେଶ୍ୱରର ଏକ ବ୍ୟବସାୟିକ ପ୍ରତିଷ୍ଠାନ DN ହୋମ୍ସ ଉପରେ ବଡ ଧରଣର ଆଇଟି ରେଡ଼। ରାଜ୍ୟର ବିଭିନ୍ନ ସ୍ଥାନରେ ଏକା ସାଙ୍ଗରେ କରାଯାଇଛି ଚଢାଉ । ଟିକସ ଫାଙ୍କିବା ଅଭିଯୋଗରେ ୨୦ ରୁ ଉର୍ଦ୍ଧ୍ବ ସ୍ଥାନରେ ଚାଲିଛି ରେଡ଼।
ସୂଚନା ଅନୁଯାୟୀ ଆଜି ସକାଳେ ବ୍ୟବସାୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ସମେତ କଂପାନୀର ବରିଷ୍ଠ ଅଧିକାରୀ ଓ ନିକଟ ସର୍ମ୍ପକୀୟଙ୍କ ଘର ଓ କାର୍ଯ୍ୟାଳୟରେ  ରେଡ୍ କରାଯାଇଛି। ଭୁବନେଶ୍ୱର ୪ ନଂରେ ଥିବା DN ହୋମ୍ସର ନିର୍ଦ୍ଦେଶକ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ଆଇଟି ବିଭାଗର ୭ ଜଣିଆ ଟିମ୍ ଚଢାଉ କରୁଛନ୍ତି । ଚଢାଉ ସମୟରେ ୩୦ କୋଟି ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି ।

୩ଟି ଲଗେଜ୍ ଓ ଗୋଟିଏ ଆଟାଚରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିବା ସୂଚନା ରହିଛି । ୧୦ରୁ ୧୨ ଜଣ ଇନକମ୍ ଟ୍ୟାକ୍ସ ଅଧିକାରୀ ଏହି ସରକାରୀ କ୍ୱାର୍ଟରରେ ଚଢ଼ାଉ କରୁଛନ୍ତି । ଭୋର ୩ଟାରୁ ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ପାତ୍ରପଡା ଠାରେ ଥିବା ଡିଏନ ରେଙ୍ଗାଲିଆ ମଲରେ ବି ଚଢାଉ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *