Pratidin TV

Odisha's Digital News Platform

ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରି ବନ୍ଧା ହେଲେ ବିଜେପି କର୍ମୀ , ଘରେ ଚଢିବ ବୁଲ ଡୋଜର …

1 min read

ମଧ୍ୟପ୍ରଦେଶ : ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରି ବନ୍ଧା ହେଲେ ବିଜେପି କର୍ମୀ ପ୍ରଭେସ୍ ଶୁକ୍ଳା । ମଧ୍ୟପ୍ରଦେଶାର ସିଦ୍ଧି ଜିଲ୍ଲାରେ ଗତ ୬ ଦିନ ପୂର୍ବେ ଘଟିଥିବା ଏକ ଲଜ୍ଜାଜନକ ଘଟଣାର ଭିଡିଓ ଗତକାଲି ଭାଇରାଲ ହେବା ପରେ ଆକ୍ସମୁଡରେ ମଧ୍ୟପ୍ରଦେଶ ପୋଲିସ । ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିବା ପରି ଅମାନବୀୟ କାଣ୍ଡ ଘଟାଇଥିବା ବେଳେ ଗତରାତିରେ ତାଙ୍କୁ ଉଠାଇ ନେଇଛି ପୁଲିସ୍ । ଏନେଇ ମଧ୍ୟପ୍ରଦେଶର ସିଦ୍ଧି ସହକାରୀ ପୋଲିସ ଅଧୀକ୍ଷକ ଅଞ୍ଜୁ ଲତା ପାଟଲେ
ସୂଚନା ଦେଇଛନ୍ତି ସେ କହିଛନ୍ତି ଯେ ‘ଆମେ ଅଭିଯୁକ୍ତ (ପ୍ରଭେଶ ଶୁକ୍ଲା) ଙ୍କୁ ଗିରଫ କରିଛୁ। ତାଙ୍କୁ ପଚରାଉଚରା ଚାଲିଛି। ଖୁବ ଶୀଘ୍ର ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’ ।

ଏହାସହ ଅଭିଯୁକ୍ତଙ୍କ ଘରକୁ ବୁଲଡୋଜର ଲଗାଇ ମାଟିରେ ମିଶାଇବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା । ତେବେ ପ୍ରଭେଶଙ୍କ ନେଇ ଏବେ ରାଜନୀତି ଜୋର ଧରିବାରେ ଲାଗିଛି। ପ୍ରଭେଶ ବିଜେପି ଏମଏଲଏ କେଦାର ଶୁକ୍ଳାଙ୍କ ପ୍ରତିନିଧୀ ବୋଲି ଚର୍ଚ୍ଚା ହେଉଥିବା ବେଳେ ଉଭୟଙ୍କ ଫଟୋ ବି ଭାଇରାଲ ହେଉଛି। ପରବେଶଙ୍କ ବାପା ମଧ୍ୟ ଏହାକୁ ସ୍ୱୀକାର କରିଥିବା ବେଳେ ଏଥିପାଇଁ ତାଙ୍କ ପୁଅକୁ ଟାର୍ଗେଟ କରାଯାଉଥିବା ଅଭିଯୋଗ କରିଛନ୍ତି। ମାତ୍ର କେଦାର ଶୁକ୍ଳା ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରଭେଶଙ୍କୁ ସେ ଭଲ ଭାବେ ଜାଣିଥିବା ବେଳେ ସେ ତାଙ୍କ ପ୍ରତିନିଧୀ ନୁହନ୍ତି ବୋଲି ସେ ନିଜ ସଫେଇରେ କହିଛନ୍ତି।

Advertisement

ଅନ୍ୟପଟେ କଂଗ୍ରେସ ସାଂସଦ ସଭାପତି କମଲ ନାଥ କହିଛନ୍ତି ଯେ ପ୍ରଭେଶ ଶୁକ୍ଲା ବିଜେପି ସହ ଜଡିତ।ଆଦିବାସୀ ଅତ୍ୟାଚାରରେ ମଧ୍ୟପ୍ରଦେଶ ପୂର୍ବରୁ ଏକ ନମ୍ବର ସ୍ଥାନରେ ରହିଛି। ଏହି ଘଟଣା ସମଗ୍ର ମଧ୍ୟପ୍ରଦେଶକୁ ଲଜ୍ଜିତ କରିଛି। ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ମୁଁ ଦାବି କରିଛି ବୋଲି ଶ୍ରୀ ନାଥ କହିଛନ୍ତି ।

ତେବେ ସଭ୍ୟ ସମାଜରେ ଏପରି ଘୂଣ୍ୟ କାମକୁ ସବୁ ମହଲରେ ନିନ୍ଦା କରାଯାଇଛି । ଘଟଣାଟି ୬ ଦିନ ପୂର୍ବେ ଘଟିଥିଲା । ଏହାର ଭିଡିଓ ଗତକାଲି ଭାଇରାଲ ହେବା ପରେ ପୋଲିସ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରିଥିଲା । ଏହି ଘୃଣ୍ୟ କାମର ଶିକାର ହୋଇଥିବା ଆଦିବାସୀ ଶ୍ରମିକ ଜଣଙ୍କ ହେଲେ ପାଲେ କୋଲ। ତାଙ୍କ ଘର ସିଦ୍ଧିରେ ଓ ସେ ଶ୍ରମିକ ଭାବେ କାମ କରନ୍ତି। ଘଟଣାରେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିବା ଶ୍ରମିକ ଜଣଙ୍କ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି। ସେ ପୁଲିସ୍ରେ କୌଣସି ଅଭିଯୋଗ ମଧ୍ୟ କରି ନଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *