ପାଇଖାନା ଘରେ ବିତୁଛି ଅଭିଶପ୍ତ ଜୀବନ : ଖବର ପ୍ରସାରଣ ପରେ ସହଯୋଗର ହାତ ବଡାଇଲେ ଯୁବ ସମାଜସେବୀ …
1 min readରାୟଗଡା : ପାଇଖାନା ଘରେ ବିତୁଛି ବୁଢୀ ମାଉସୀଙ୍କ ଅଭିଶପ୍ତ ଜୀବନ । ସ୍ୱଚ୍ଛ ଭାରତ ମିଶନ ନାମରେ ନିର୍ମାଣ ହୋଇଥିବା କାଶୀପୁର ବ୍ଲକର ହାତୀମୁଣ୍ଡା ଟିକିରି ଗ୍ରାମର ଜଣଙ୍କ ତିନି ଫୁଟିଆ ଶୌଚାଳୟରେ ଘରେ ଜୀବନ କାଟୁଛନ୍ତି ଅସହାୟ ବୃଦ୍ଧା ରାଇବାରୀ ଖସଲା ମାଉସୀ । ମିଳିଲେ ମୁଠାଏ ଖାଉଛନ୍ତି ନହେଲେ ଭୋକ ଓପାସରେ ସେଇ ଛୋଟିଆ ପାଇକାନ ଘରେ ପଡି ରହୁଛନ୍ତି । ନା ଜୀବ ଜନ୍ତୁଙ୍କୁ ଅଛି ଡର ନା ବର୍ଷା ଝଡିକୁ ଅସହାୟ ଅବସ୍ଥାରେ ପରିସ୍ଥିତିକୁ ଆଦରି କଷ୍ଟକର ଜୀବନ ବିତାଉଛନ୍ତି ମାଉସୀ । ତେବେ ଜୁନମାସ ୧ ତାରିଖରେ ପ୍ରଥମେ ଆମ ପ୍ରତିଦିନ ଟିଭିର କାଶୀପୁର ରିପୋଟରଙ୍କ ଦ୍ୱାରା ଖବର ପ୍ରସାରଣ ହେବାପରେ ଭିଡିଓ ଦେଖି ପହଞ୍ଚିଛନ୍ତି ଜଣେ ସହୃଦୟ ସମାଜସେବୀ ।
ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ହାଡ଼ିଗୁଡା ପାଞ୍ଚୟତର ଆର ଆର କୋଲନିର ଗିରିଧର ନାଏକ ନାମକ ଜଣେ ଯୁବ ସମାଜସେଵୀ ଆଜି କୁଚେଇ ପଦର ପାଞ୍ଚୟତର ହାତିମୁଣ୍ଡା ଟିକିରି ଗ୍ରାମର ପାଇଖାନା ଘରେ ରହି ଅଭିଶପ୍ତ ଜୀବନ ବିତାଉ ଥିବା ରାଇବାରୀ ଖସଲା ମାଉସୀଙ୍କ ନିକଟକୁ ପହଁଞ୍ଚି ତାଙ୍କ ସମସ୍ୟା ପଚାରି ବୁଝିବା ସହିତ ରାସନ ସାମଗ୍ରୀ ଲୁଗାପଟା ଦେଇ ସହଯୋଗର ହାତ ବଢାଇଛନ୍ତି । ଅନ୍ୟପଟେ କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପ୍ରଶାସନ ।
ଅସହାୟ ବୁଢୀ ମାଉସୀକୁ ଏଯାଏଁ ମିଳିନି କୌଣସି ସରକାରୀ ସହାୟତା । ନା ମିଳିଛି ଆବାସ ନା ଭର୍ତ୍ତା ନା ରାସନ କାର୍ଡ । ଏବେ ଦେଖିବା ବାକି ରହିଲା ଯେ ଏଇ ଦୁଃଖିନୀ ମାଉସୀ ଉପରେ କେବେ ଦୃଷ୍ଟି ଦେବ ପ୍ରଶାସନ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଥିବା ଲୋକଙ୍କ ଘର କାଟିଲା ପ୍ରଶାସନ, ଭଙ୍ଗାଘରେ ଦୟନୀୟ ଅବସ୍ଥାରେ ବିତୁଛି ଜୀବନ।