Pratidin TV

Odisha's Digital News Platform

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟ ୨୬କୁ ବୃଦ୍ଧି

1 min read

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଳାରେ ଏକ ପର୍ଯ୍ୟଟକ ବସ୍ ଖାତକୁ ଖସିପଡ଼ିବା ଘଟଣା । ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ବସଟି ଖାତକୁ ପଡ଼ିଯିବା ଫଳରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଗତକାଲି ଏହି ଦୁର୍ଘଟଣାରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୪ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ମାନେ ମଧ୍ୟପ୍ରଦେଶର ହୋଇଥିବା ଜଣାପଡ଼ିଛି । ଏଥିରେ ଏବେ ୪ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ବସ୍ରେ ମୋଟ୍ ୩୦ଜଣ ଯାତ୍ରୀ ଥିବା ଜଣାପଡ଼ିଛି । ଗତକାଲି ଅପରାହ୍ଣରେ ତୀର୍ଥଯାତ୍ରୀଙ୍କୁ ନେଇ ବସଟି ଆସୁଥିବା ବେଳେ ଗଭୀର ଖାତକୁ ଖସିପଡ଼ିଥିଲା । ଯମୁନେତ୍ରୀ ଜାତୀୟ ରାଜପଥ ଦାମତା ନିକଟରେ ଏହି ଦୁର୍ଘଟଣା ହୋଇଥିଲା । ଏନେଇ ଡିଜିପି ଅଶୋକ କୁମାରଙ୍କ କହିବା ଅନୁଯାୟୀ ଏନଡିଆରଏଫ୍, ପୁଲିସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ କରିଛନ୍ତି । ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହିତ ଆଲୋଚନା କରି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିଲା ।

Advertisement

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଧାମି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଘଟଣାରେ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଓ ଆହତଙ୍କ ଚିକିତ୍ସା ବାବଦକୁ ୫୦ ହଜାର ଟଙ୍କାର ସହାୟତା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଶୋକ ପ୍ରକାଶ କରି ବସ ଦୁର୍ଘଟଣାର ବିଭାଗୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *