Pratidin TV

Odisha's Digital News Platform

ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିଥିଲେ ବିଜେପି କର୍ମୀ : ପାଦ ଧୋଇ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ….

1 min read

ମଧ୍ୟପ୍ରଦେଶ : ଆଦିବାସୀ ଶ୍ରମିକ(ଦଶମତ ରାୱତ)ଙ୍କ ଉପରେ ବିଜେପି କର୍ମୀ ପରିଶ୍ରା କରିଥିବା ଘଟଣାର ଭିଡିଓ ଭାଇରାଲ ହେଲା ପରେ ତୁରନ୍ତ ଆକ୍ସନ ନେଇଥିଲା ପୋଲିସ । ବିଜେପି କର୍ମୀ ପ୍ରଭେସ ଶୁକ୍ଳାଙ୍କୁ ଗିରଫ୍ କରିଛି ମଧ୍ୟପ୍ରଦେଶ ସିଦ୍ଧି ପୋଲିସ। ଅନ୍ୟପଟେ ଆଗକୁ ନିର୍ବାଚନ ଥିବା ବେଳେ ସମୃକ୍ତ ମାମଲାକୁ ନେଇ ପୁରା ଦେଶରେ ରାଜନୀତି ଜୋର ଧରିଛି । ଏସବୁ ଭିତରେ ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ସମୃକ୍ତ ଆଦିବାସୀ ଶ୍ରମିକ (ଦଶମତ ରାୱତ) ଙ୍କୁ ଏକ ଚେୟାରରେ ବସାଇ ତାଙ୍କ ପାଦ ଧୋଇବା ସହ ତାକୁ ମୁଣ୍ଡରେ ଆଣି ମାରିଥିଲେ । ଏହାପରେ ଶ୍ରୀ ଚୌହାନ ଦଶମତଙ୍କୁ ଟିକା ଲଗାଇ ଦେବା ସହ ଧଳା ସାଲ୍ ଦେଇଥିଲେ। ତାଙ୍କୁ କିଛି ଉପହାର ପ୍ରଦାନ କରିବା ସହ ନିଜ ହାତରେ ସେ ରାୱତଙ୍କୁ ମିଠା ଖୁଆଇ ଦେଇଛନ୍ତି। ଏଥିସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚୌହାନ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ତେବେ ଏହି ଭିଡିଓଟିକୁ ନିଜ ଟ୍ୱିଟରରେ ପୋଷ୍ଟ କରି ଶ୍ରୀ ଚୌହାନ ଲେଖିଛନ୍ତି ଯେ “ସମସ୍ତେ ଜାଣିବା ଦରକାର ଯେ ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ ଅଛନ୍ତି ମାନେ ଜନତା ଭଗବାନ। କାହା ସହ ବି ଅତ୍ୟାଚାରକୁ ବରଦାସ୍ତ କରାଯିବନି। ରାଜ୍ୟର ସବୁ ନାଗରିକଙ୍କ ସମ୍ମାନ, ମୋର ସମ୍ମାନ।”ମନ ଦୁଃଖ ଅଛି। ଦଶମତଜୀ ଆପଣଙ୍କ କଷ୍ଟ ଲାଘବ କରିବାକୁ ଏହା ଏକ ପ୍ରୟାସ। ଆପଣଙ୍କୁ କ୍ଷମା ବି ମାଗୁଛି। ମୋ ପାଇଁ ଜନତା ହିଁ ଭଗବାନ।”

ତେବେ ଦଶମତଙ୍କ ପାଦ ଧୋଇବା ପରେ ମୁଖ୍ୟମନ୍ତ୍ରୀ ଚୌହାନ କହିଛନ୍ତି, “ମୋ ପାଇଁ ଗରିବମାନେ ଭଗବାନ। ଲୋକମାନେ ମୋ ପାଇଁ ଭଗବାନ। ଲୋକଙ୍କ ସେବା କରିବା ଅର୍ଥ ଭଗବାନଙ୍କ ପୂଜା କରିବା ସହ ସମାନ।

Leave a Reply

Your email address will not be published. Required fields are marked *