Pratidin TV

Odisha's Digital News Platform

ଶ୍ରଦ୍ଧାଳୁଙ୍କ ପାଇଁ ବଡ ଖବର : ଡିଜିଟାଲ ହେଲା ଶ୍ରୀମନ୍ଦିର ଦାନ ବ୍ୟବସ୍ଥା , ଦୂର ଦୂରାନ୍ତରୁ ଭକ୍ତଗଣ ପଠାଇପାରିବେ …

1 min read

ପୁରୀ : କାଳିଆ ସାଆନ୍ତ କଳା ଠାକୁର , ତା ମାୟାରେ ବନ୍ଧା ପୁରା ସଂସାର । ବିଶ୍ୱ ବ୍ୟାପି ତାର ଭକ୍ତଗଣ । କାହିଁ ଆମେରିକାତ କାହିଁ ଶ୍ରୀଲଙ୍କା ଭଳି ଦେଶ ବିଦେଶରୁ କଳା ଶ୍ରୀମୁଖର ଦର୍ଶନ ପାଇଁ ଛୁଟି ଆସନ୍ତି ଭକ୍ତଗଣ । କିନ୍ତୁ କିଛି ଭକ୍ତ ଅନେକ କାରଣରୁ ମନ୍ଦିରକୁ ଆସିବାର ସୋଭାଗ୍ୟରୁ ବଞ୍ଚିତ ହୁଅନ୍ତି । ଠାକୁରଙ୍କ ଶ୍ରୀ ହୁଣ୍ଡିରେ ଦାନ ଦେବାକୁ ଚାହିଁଲେ ବି ଏଥିରୁ ବଞ୍ଚିତ ରୁହନ୍ତି । ଏନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ବର୍ତ୍ତମାନ ଦୂର ଦୂରାନ୍ତରୁ ବି ଭକ୍ତମାନେ ମନ୍ଦିରକୁ ନିଜ ଦାନ ପଠାଇପାରିବେ । ବାଟ , ଘାଟ,ରେଳେଷ୍ଟସନ , ବସଷ୍ଟାଣ୍ଡ ,ହୋଟେଲରେ ଥାଇ ମଧ୍ୟ ଦାନ ଦେଇପାରିବେ । ଏନେଇ ଶ୍ରୀ ମନ୍ଦିର ପ୍ରଶାସନ ଡିଜିଟାଲ ଦାନର ବ୍ୟବସ୍ଥା କରିଛି । ବର୍ତ୍ତମାନ ପେଟିଏମ୍ ଜରିଆରେ ଶ୍ରଦ୍ଧାଳୁମାନେ ଦେଶ ବିଦେଶରୁ ମଧ୍ୟ ଠାକୁରଙ୍କ ପାଇଁ ଦାନ କରିପାରିବେ ।

ମନ୍ଦିରର ଆୟ ବୃଦ୍ଧି ପାଇଁ ପ୍ରଶାସନ ତତ୍ପର ରହିଛି । ନିକଟରେ ଶ୍ରୀ ମନ୍ଦିର ପରିଚାଳନା କମିଟି ଏକ ବୈଠକରେ ଶ୍ରୀମନ୍ଦିରର ଆୟ ବୃଦ୍ଧି କରିବା ଲାଗି ଗୁରୁତ୍ୱ ଆରୋପ କରିଥିଲା । ତେବେ ବର୍ତ୍ତମାନ ମନ୍ଦିରର ଭିତରେ ବାହାରେ ଦାନ ବାକ୍ସକୁ ବୃଦ୍ଧି କରାଇବା ସହ ବିଭିନ୍ନ ସ୍ଥାନରେ ପେଟିଏମ୍ ସ୍କାନର ଲଗାଯାଇଛି । ଯାହାକୁ ବ୍ୟବହାର କରି ଭକ୍ତମାନେ ଶ୍ରୀ ମନ୍ଦିର ପାଣ୍ଟିକୁ ଅତି ସହଜରେ ଦାନ କରିପାରିବେ ।

Advertisement

କିନ୍ତୁ ଶ୍ରୀ ମନ୍ଦିରରେ ଏହି ଡିଜିଟାଲ ଦାନକୁ ନେଇ ଭିନ୍ନ ପ୍ରତିକ୍ରିୟା ସହ ଅସନ୍ତୋଷ ଦେଖାଦେଇଛି । । କିଛି ଶ୍ରଦ୍ଧାଳୁ ଏହାକୁ ସମର୍ଥନ କରୁଥିବା ବେଳେ କିଛି ଶ୍ରଦ୍ଧାଳୁ ଏହାକୁ ବିରୋଧ କରିଛନ୍ତି । ଡିଜିଟାଲରେ ଦାନ ସଂଗ୍ରହ ପଦ୍ଧତିକୁ ବିରୋଧ କରି କିଛି ଭକ୍ତ କହୁଛନ୍ତି, ମହାପ୍ରଭୁଙ୍କର ହଜାର ହଜାର ଏକରର ଜମି, ସୁନା, ରୂପା ରହିଛି । ଏହା ବାଦ୍ ରାଜ୍ୟ ସରକାର ମଧ୍ୟ ଅନୁଦାନ ଦେଉଛନ୍ତି । ଏବେ ଭକ୍ତମାନେ ନଗଦ ଟଙ୍କା, ସୁନା, ରୁପା ଅଳଙ୍କାର ଦାନ କରୁଛନ୍ତି ।

ଏଭଳି ସ୍ଥିତିରେ ଦାନ ପାଇଁ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥ୍ୟାର କଣ ଆବଶ୍ୟକତା ରହୁଛି ବୋଲି କିଛି ଶ୍ରଦ୍ଧାଳୁ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *