Pratidin TV

Odisha's Digital News Platform

ଫୁଟିଲା ବମ୍ ,ଫାଟିଲା ଘର : ଭୟଭୀତ ଅବସ୍ଥାରେ ପରିବାର ଲୋକେ ….

1 min read

ପୁରୀ : ଫୁଟିଲା ବମ୍,ଫାଟିଲା ଘର । ପୁରୀ ଜିଲ୍ଲାରେ ଖେଳିଛି କୋକୁଆଭୟ । ଖବର ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରି ଛକ ଥାନା ଅନ୍ତର୍ଗତ କଳପାଞ୍ଚଣ ପଞ୍ଚାୟତର ମାଧି ବ୍ରହ୍ମପୁର ଗ୍ରାମର ଜଲାଲ ଖାଁ ଘରେ ଅର୍ଦ୍ଧରାତିରେ ବୋମା ଫୁଟିଛି । ଜଲାଲ ଖାଁ ତାଙ୍କ ପରିବାର ପତ୍ନୀ ଏବଂ ତାଙ୍କର ଦୁଇ ପୁଅ ନେଇ ଘରେ ଶୋଇଥିଲେ । ଗୁରୁବାର ରାତି ୨.୩୦ ସମୟରେ କିଛି ଦୃବୁତ୍ତ ଜଲାଲଙ୍କ ଛାତ ଉପରେ ଆସି ସିଡି ଘର ପଟେ ଆସି ବାଟ ଘର ଭିତରେ ତିନୋଟି ବମ୍ ପକାଇ ଚାଲିଯାଇଥିଲେ ।

ଏହାପରେ ବମ୍ ଗୁଡିକ ଏତେ ଜୋରରେ ଫାଟିଥିଲା ଯେ ଭୟଙ୍କର ଶବ୍ଦରେ ଥରି ଉଠି ଥିଲା ଘର । ଘରର କବାଟ,ଝରକା ଘରର ଆସବାବ ପତ୍ର ଗୁଡ଼ିକ ଭାଙ୍ଗି ଚୁରୁମାର ହେବା ସହ ପରିବାର ଲୋକଙ୍କ ଅବସ୍ଥଅ ମଧ୍ୟ ଗୁରୁତର ହୋଇଯାଇଥିଲା । କିଏ ଚେତାଶୂନ୍ୟ ହୋଇ ପଡିଥିଲେ ତ କିଏ ତାବଯା ହୋଇଯାଇଥିଲେ ।

Advertisement

ତେବେ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଯାଇଛି ପୁରା ପରିବାର । ହେଲେ ରାତିରେ ହୋଇଥିବା ଭୟଙ୍କର ଦୁର୍ଘଟଣାକୁ ଭୁଲିପାରୁନି ପରିବାର । ଏହା ପୂର୍ବରୁ ଏକ ବର୍ଷ ମଧ୍ୟରେ ଜଲାଲଙ୍କ ଘରେ ସୁନାଅଳଙ୍କାର ଚୋରି ସହ ସ୍କୁଟିରେ ନିଆଁ ଲଗାଇ ଏବଂ ୱାସିଂ ମେସିନ କୁ ମଧ୍ୟ ଦୂର୍ବିତ ମାନେ ପୋଡ଼ି ଦେଇଥିଲେ । ବାରମ୍ବାର ଏହି ପରିବାର ଉପରେ ଆକ୍ରୋଶ ରଖି ଏଭଳି ଘଟଣା ଘଟାଉଥିବା ନେଇ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଚାରି ଛକ ଥାନା ଅଧିକାରୀ ମମତା ବିଶ୍ଵାଳ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଖୁବ ଶୀଘ୍ର ଆସାମୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *