Pratidin TV

Odisha's Digital News Platform

ଜିରୋ କାର୍ବନ ଏମିସନ୍ ଲକ୍ଷ୍ୟରେ ବ୍ଲ୍ୟୁ ଡାର୍ଟ: ସ୍ୱାକ୍ଷର କଲା ‘କ୍ଲାଇମେଟ୍ ନ୍ୟୁଟ୍ରାଲ୍ ନାଓ’

1 min read

ଭୁବନେଶ୍ୱର: ଡିଏଚ୍ ପୋଷ୍ଟ ଡିଏଚ୍‌ଏଲ୍ ଗ୍ରୁପର ଅଂଶ ବିଶେଷ ବ୍ଲ୍ୟୁ ଡାର୍ଟ କ୍ଲାଇମେଟ୍ ନ୍ୟୁଟ୍ରାଲ ନାଓ ଶପଥ ପତ୍ରରେ ସ୍ୱାକ୍ଷର କରିଛି । ମିଳିତ ଜାତିସଂଘ ପକ୍ଷରୁ ଏହି ମଞ୍ଚ ପ୍ରସ୍ତୁ ହୋଇଥିବା ବେଳେ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବାକୁ ପ୍ରୟାସ କରିବ ବୋଲି କହିଛି ବ୍ଲୁଡାର୍ଟ । ଡିଏଚଏଲ୍ ଗ୍ରୁପ୍ ପକ୍ଷରୁ ୨୦୩୦ ସୁଦ୍ଧା କାର୍ବନ୍ ବିକିରଣ କମ୍ କରିବା ପାଇଁ ୭ ବିଲିୟନ୍ ୟୁରୋ ଗ୍ରହଣ କରାଯିବ । କମ୍ପାନୀ ପକ୍ଷରୁ ନିଜର କୋରିଅର୍ ଯାନ ଗୁଡିକରେ ସଷ୍ଟେନେବଲ ବୈଷୟିକ କୌଶଳ ଓ ଇନ୍ଧନ ବ୍ୟବହାର ପରିବ୍ୟାପ୍ତ କରାଯିବାକୁ ପ୍ରୟାସ କରାଯିବ ।

୨୦୫୦ ସୁଦ୍ଧା କମ୍ପାନୀ ନିଜର ପରିବେଶ ସୁରକ୍ଷା ଲକ୍ଷ୍ୟ ହାସଲ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ମିଶନ ୨୦୫୦ରେ କମ୍ପାନୀ ପକ୍ଷରୁ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନର ଲକ୍ଷ୍ୟ ରଖାଯାଇଛି । ୨୦୧୭ ପରଠାରୁ ବ୍ଲୁ ଡାର୍ଟ ବର୍ଷକୁ ୧୧୧୦୦୦ ଚାରାରୋପଣ କରୁଛି । ୫ ବର୍ଷ ମଧ୍ୟରେ ୫୫୫୦୦୦ଟି ବୃକ୍ଷ ରୋପଣ ହୋଇଥିବା ବେଳେ ଏହା ୧୧୧୦୦୦୦୦ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ରୋକିଥାଏ ।

Advertisement

Leave a Reply

Your email address will not be published. Required fields are marked *