Pratidin TV

Odisha's Digital News Platform

ଏମପି ବୃଦ୍ଧାଶ୍ରମକୁ ସହାୟତାର ହାତ ବଢ଼ାଇଲା ତ୍ରୀଶକ୍ତି ଫାଉଣ୍ଡେସନ..

1 min read

ଭୁବନେଶ୍ୱର ; ସମାଜସେବା କରିବାକୁ ହେଲେ କୌଣସି ସ୍ୱତନ୍ତ୍ର ଦିନ କିମ୍ବା ଦିବସର ଆବଶ୍ୟକ ନଥାଏ । କେବଳ ମଣିଷ ମନରେ ଦୃଢ ଇଛା ଆଉ କିଛି ଭଲପାଇବା ସହ ସହାନଭୂତି ଥିବା ଦରକାର । ଏହି ଉକ୍ତିକୁ ଯଥେଷ୍ଟ ପ୍ରତିପାଦନ କରୁଛନ୍ତି ରାଜଧାନୀ ଭୁବନେଶ୍ୱରର ତ୍ରୀଶକ୍ତି ଫାଉଣ୍ଡେସନର ସଦସ୍ୟ ।

ବର୍ଷ ତମାମ ବିଭିନ୍ନ ସମୟରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଗରିବଙ୍କୁ ସାହାଯ୍ୟ କରିବାକୁ ଉପସ୍ଥିତ ହୋଇଥାନ୍ତି ଏହି ଫାଉଣ୍ଡେସନର ସଦସ୍ୟ । ଆଜି ଫାଉଣ୍ଡେସନ ତରଫରୁ ରାଜଧାନୀ ଭୁବନେଶ୍ୱରର ଜଗନ୍ନାଥ ନଗରରେ ଲେନ ୧୬ ମଧ୍ୟରେ ଥିବା ମୋହିନୀ ପ୍ରମିଳା ବୃଦ୍ଧାଶ୍ରମକୁ ସହାୟତାର ହାତ ବଢ଼ାଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅକ୍ଷୟ ଦାସଙ୍କ ନେତୃତ୍ୱରେ ଫାଉଣ୍ଡେସନର ସଦସ୍ୟମାନେ ଉକ୍ତ ବୃଦ୍ଧାଶ୍ରମରେ ପହଂଚି ସେଠାକାର ବୃଦ୍ଧବୃଦ୍ଧାଙ୍କୁ ନୂତନ ବସ୍ତ୍ର ଏବଂ ଆଶ୍ରମ ପରିଚାଳନା ପାଇଁ ସାମଗ୍ରୀ ପ୍ରଦାନ କରିଛନ୍ତି ।

Advertisement

ଆଶ୍ରମର ଅନ୍ତେବାସୀ ଅକ୍ଷୟଙ୍କ ଏହି ପ୍ରୟାସଙ୍କୁ ସାଧୁବାଦ ଜଣାଇଛନ୍ତି ତାସହ ଅକ୍ଷୟଙ୍କୁ ଆଶ୍ରୀବାଦ ଦେଇଛନ୍ତି ସେଠାରେ ଥିବା ଅନ୍ତେବାସୀ । ଏହା ସହ ଆଗକୁ ମଧ୍ୟ ଆବଶ୍ୟକ ପଡିଲେ ଆଶ୍ରମରେ ପହଂଚି ଅନ୍ତେବାସୀଙ୍କୁ ସାହାଯ୍ୟ ସହଯୋଗ କରିବାର ପ୍ରତିଶୃତି ଦେଇଛନ୍ତି ଅକ୍ଷୟ । ବୃଦ୍ଧାଶ୍ରମକୁ ଆସି ସାହାଯ୍ୟ ସହଯୋଗର ହାତ ବଢା଼ଉଥିବାରୁ ଆଶ୍ରମ କତୃପକ୍ଷ ଫାଉଣ୍ଡେସନ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ତ୍ରୀଶକ୍ତି ଫାଉଣ୍ଡେସନର ମୁଖ୍ୟ ଅକ୍ଷୟ ଦାସ, ଫାଉଣ୍ଡେସନର ଲିଗାଲ ଆଡ଼ଭାଇଜର ସୁମନ୍ତ ସ୍ୱାଇଁ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *