Pratidin TV

Odisha's Digital News Platform

ଇତିହାସ ରଚିଲେ ଦୀପା : ଓଡ଼ିଶାର ପ୍ରଥମ କିନ୍ନର ଭାବେ କରିବେ ପି ଏଚ୍ ଡି …

1 min read

କଟକ : ଓଡ଼ିଶାର ପ୍ରଥମ କିନ୍ନର ଭାବେ ଓଡ଼ିଶା ତଥା ସମଗ୍ର କିନ୍ନର ସମାଜ ପାଇଁ ଆଣିଛନ୍ତି ଗର୍ବ ଏବଂ ଗୌରବ । ଆଜିର ଏ ସମାଜ ରେ କିନ୍ନରମାନେ ଚଳିବା ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ବେଳେ ଦୀପା କିନ୍ତୁ ନିଜର ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତି ବଳରେ ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । କଠିନ ପରିଶ୍ରମ ଓ ନିଜର ଦୃଢ଼ ମନୋବଳ ଆଗରେ ହାର ମାନିଛି ସମାଜର ଟାହି, ଟାପରା ।

କଟକ ହରିପୁର ଅଞ୍ଚଳର ଦୀପା କିନ୍ନର । ବାପା ମା’ ଙ୍କ ନଜରରେ ଦିନେ ଦୀପା ପୁଅ ଥିଲେ ଆଉ ସେଥିପାଇଁ ପରିବାର ଲୋକେ ବେଶ୍ ଖୁସି ଥିଲେ । କିନ୍ତୁ ଭଗବାନଙ୍କ ସୃଷ୍ଟି କିଛି ଅଲଗା । ପୁଅ ହେଲେ ମଧ୍ୟ ଦୀପାଙ୍କୁ ପୁଅଙ୍କର ପୋଷାକ ଭଲ ଲାଗୁନଥିଲା ସେଥିପାଇଁ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଅର୍ଥାତ୍ ୧୨ବର୍ଷ ବୟସରୁ ପାଲଟିଗଲେ ଝିଅ । ପରେ ପରିବାର ଲୋକଙ୍କ ନିନ୍ଦା ଅପବାଦ ସାଙ୍ଗକୁ ସମାଜ ଆଖିରେ ସେ ଘୃଣା ଏବଂ ତାତ୍ସଲ୍ୟର ପାତ୍ର ହୋଇଥିଲେ । ସଂକୀର୍ଣ୍ଣ ମାନସିକତାର ଲୋକେ ଛକା, ମାଇଚିଆ କହି ଉପହାସ କଲେ । କିନ୍ତୁ ସେବେ ଜୀବନ ଯୁଦ୍ଧରେ ହାରି ନଥିଲେ ଦୀପା ।

Advertisement

ଏବେ ପ୍ରଥମ କିନ୍ନର ଭାବେ ଉଦ୍ଭିଦ ବିଜ୍ଞାନ(ବଟନୀ)ରେ ପି ଏଚ୍ ଡି ଡ଼ିଗ୍ରୀ ପାଇଁ ପ୍ରଥମ କିନ୍ନର ଭାବେ ଉତ୍କଳ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଛନ୍ତି । ଆଉ ଦୀପାଙ୍କ ଏହି ସଫଳତା ପାଇଁ ମୀରା ପରିଡ଼ାଙ୍କ ଠୁ ଆରମ୍ଭ କରି ସମଗ୍ର କିନ୍ନର ସମାଜ ଏବଂ ବିଭିନ୍ନ ଫାଉଣ୍ଡେସନରୁ ପ୍ରଶଂସା ର ସୁଅ ଛୁଟୁଛି । କିନ୍ତୁ ବିଡ଼ମ୍ବନା ର ବିଷୟ ଆଜିକୁ ଠିକ୍ ଆଠବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ଦୀପା ନିଜର କହିବା ଶକ୍ତି ହରାଇ ବସିଲେ । ସେବେ ଠୁ ସେ କଥା କହି ପାରନ୍ତିନାହିଁ । ଆଉ ଦୀପାଙ୍କୁ ଭଲ କରିବା ପାଇଁ ଗଣମାଧ୍ୟମ ଆଗରେ ସରକାରଙ୍କୁ ସାହାଯ୍ୟ ର ଅନୁରୋଧ କରିଛନ୍ତି ମିଠି କିନ୍ନର ।୍‌

Leave a Reply

Your email address will not be published. Required fields are marked *