Pratidin TV

Odisha's Digital News Platform

ଡାକ୍ତରଙ୍କୁ ମହଙ୍ଗା ପଡିଲା ଅନଲାଇନ୍ ସିଙ୍ଗଡା ଅର୍ଡର : ଆକାଉଣ୍ଟରୁ ଏମିତି ଗାଏବ ହୋଇଗଲା ୧.୪୦ ଲକ୍ଷ ….

ମୁମ୍ବାଇ : ଅନଲାଇନ ସିଙ୍ଗଡା ଅର୍ଡର ପଡିଲା ମହଙ୍ଗା । ଠକାମୀର ଶୀକାର ହେଲେ ଡାକ୍ତର । ଆଖିପିଛୁଳାକେ ଆକାଉଣ୍ଟରୁ ଗାୟବ ହୋଇଗଲା ୧ଲକ୍ଷ ୪୦ ହଜାର ଟଙ୍କା । ସାବଧାନ ଯଦି ଆପଣମାନେ ବି ଏଭଳି ଅନଲାଇନ୍ ଖାଦ୍ୟ ଅର୍ଡର କରୁଛନ୍ତି ।
ଖବର ଅନୁଯାୟୀ ମୁମ୍ବାଇ ସାୟନର ଜଣେ ୨୭ ବର୍ଷିୟ ଡାକ୍ତରଙ୍କ ସହ ଘଟିଛି ଏଭଳି ଅଭାବନୀୟ ଘଟଣା। ପେମେଣ୍ଟ ନାଁରେ ସାଇବର ଠକ ଉଡାଇନେଇଛନ୍ତି ଡାକ୍ତରବାବୁଙ୍କ ଲକ୍ଷାଧିକ ଟଙ୍କା ।

ତେବେ ଡାକ୍ତର ଜଣଙ୍କ ମୁମ୍ବାଇର କେଇଏମ୍ ହସ୍ପିଟାଲରେ କାର୍ଯ୍ୟ କରନ୍ତି । ଏହି ଠାକାମୀର ଶିକାର ହେବା ପରେ ଡାକ୍ତର ଜଣଙ୍କ ନିକଟସ୍ଥ ଥାନାରେ ଅଭିଯୋଗ ଆଣିଥିଲେ । ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ ଗତ ଶନିବାର ଡାକ୍ତର ଜଣଙ୍କ ନିଜ ସାଙ୍ଗମାନଙ୍କ ସହ ପିକନିକ୍ ଯିବା ପାଇଁ ପ୍ଲାନ କରିଥିଲେ । ଏନେଇ ସେ ଅନଲାଇନ୍‌ରେ ଏକ ରେଷ୍ଟୁରାଣ୍ଟରୁ ପ୍ରାୟ ୧୫ ପ୍ଲେଟ୍ ସିଙ୍ଗଡା ଅର୍ଡର କରିଥିଲେ । ଯାହାପାଇଁ ସେ ୧୫୦୦ ଟଙ୍କା ମଧ୍ୟ ପେମେଣ୍ଟ କରିଥିଲେ । ମାତ୍ର କିଛି ସମୟ ପରେ ତାଙ୍କ ନିକଟକୁ ଏକ କଲ୍ ଆସିଥିଲା ଏବଂ ସିଙ୍ଗଡା ପାଇଁ ଟଙ୍କା ପହଞ୍ଚି ନାହିଁ ବୋଲି କୁହାଯାଇଥିଲା । ଏହାପରେ ଡାକ୍ତର ଜଣକ ପୁଣି ଥରେ ୧୫ ଶହ ଟଙ୍କା ପେମେଣ୍ଟ କରିଥିଲେ। ମାତ୍ର ଏହାପରେ ହଠାତ୍ ତାଙ୍କ ଆକାଉଣ୍ଟରୁ ଥରକୁ ଥର ଟଙ୍କା କଟିବାକୁ ଲାଗିଲା। ଏଥିସହ ଦେଖୁ ଦେଖୁ ତାଙ୍କ ଆକାଉଣ୍ଟରୁ ସମୁଦାୟ ୧ ଲକ୍ଷ ୪୦ ହଜାର ଟଙ୍କା କଟିଗଲା। ଏହାଦେଖି ତୁରନ୍ତ ଡାକ୍ତରଜଣକ ନିଜ ଆକାଉଣ୍ଟ ବ୍ଲକ୍ କରିଦେଲେ। ମାତ୍ର ସେତେବେଳକୁ ସାଇବର ଲୁଟେରା ତାଙ୍କ ଆକାଉଣ୍ଟରେ କଳାକନା ବୁଲାଇ ସାରିଥିଲେ।

ଅନ୍ୟପଟେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ କହିବା ଅନୁଯାୟୀ ସେମାନେବେପମେଣ୍ଟ ପାଇଁ ଦେଇଥିବା ନଂକୁ ପେମେଣ୍ଟ ଆସିନାହିଁ । ଏନେଇ ଡାକ୍ତର ଜଣଙ୍କ ମୁମ୍ବାଇର ସାଇବର ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *