Pratidin TV

Odisha's Digital News Platform

ଅମୃତଭଣ୍ଡା ପତ୍ରର ଜୁସରେ ରହିଥାଏ ଏହି ସବୁ ଔଷଧୀୟ ଗୁଣ

1 min read

ଅମୃତ ଭଣ୍ଡା ବହୁତ ଉପକାରୀ। କିନ୍ତୁ ସେହି ଅମୃତଭଣ୍ଡା ଗଛର ପତ୍ର ମଧ୍ୟ ଅନେକ ଉପକାର ଦେଇଥାଏ। ତାହା ଖୁବ କମ୍ ଲୋକେ ଜାଣନ୍ତି। ବିଶେଷ କରି ଡେଙ୍ଗୁ ଜ୍ୱର ହେଲେ ଅମୃତ ଭଣ୍ଡା ପତ୍ରରର ଜୁସ୍‌ ପିଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କାରଣ ଅମୃତଭଣ୍ଡା ପତ୍ର ଜୁସ୍‌ ପିଇବା ଦ୍ୱାରା ଶରୀରେ ରକ୍ତକଣିକା (ପ୍ଲେଟ୍‌ଲେଟ୍) ବଢ଼ିଥାଏ।

ହେଲେ ଏସବୁ ବାଦ୍‌, ଅମୃତଭଣ୍ଡା ପତ୍ରରେ ଯେ ଆହୁରି ଅନେକ ଔଷଧୀୟ ଗୁଣ ରହିଛି ତାହା ବୋଧ୍‌ହୁଏ ସମସ୍ତଙ୍କୁ ଜଣାନଥିବ। ଅମୃତ ଭଣ୍ଡା ପତ୍ରରେ ଥିବା ଆଣ୍ଟିବ୍ୟାକ୍ଟେରିଆ ଗୁଣ ଶରୀର ଚର୍ମ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। କେବଳ ଏହି ଗୋଟିଏ ନୁହେଁ, ଅନେକ ଘରୋଇ ଉପଚାରରେ ମଧ୍ୟ ଅମୃତ ଭଣ୍ଡା ପତ୍ରର ବ୍ୟବହାର କରାଯାଇପାରେ।

Advertisement

ଆସନ୍ତୁ ଜାଣିବା ଅମୃତ ଭଣ୍ଡା ପତ୍ରର କିଛି ଘରୋଇ ଉପଚାର

ଡେଙ୍ଗୁ; ଡେଙ୍ଗୁ ରୋଗର ଉପଚାର ପାଇଁ ଅମୃତ ଭଣ୍ଡା ପତ୍ରର ଜୁସ୍ ଔଷଧ ଭଳି କାମ କରେ। ଏହାକୁ ପିଇବା ଦ୍ଵାରା ମୁଣ୍ଡ ବିନ୍ଧା ଓ ଜ୍ଵର ଭୋଳି ସମସ୍ୟାରୁ ମୁକ୍ତି ମିଳିବା ସହିତ ଶରୀରରେ ରକ୍ତ କଣିକା ବୃଦ୍ଧିରେ ସହାୟକ ହୋଇଥାଏ। ତେବେ କେବଳ ଅମୃତ ଭଣ୍ଡା ପତ୍ର ଜୁସ୍‌ ପିଇଲେ ଡେଙ୍ଗୁ ଭଲ ହୋଇପାରିବ ନାହିଁ। ଏହା କେବଳ ରୋଗ ଭଲ କରିବାରେ ସହାୟକ ହେବ। କିନ୍ତୁ ଡେଙ୍ଗୁ ହେଲେ ଉପଯୁକ୍ତ ଚିକିତ୍ସା ଆବଶ୍ୟକ। ତେଣୁ ଡାକ୍ତରଙ୍କ ପରାମର୍ଶ ନିହାତି ଜରୁରୀ।

ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ

ଅମୃତ ଭଣ୍ଡା ପତ୍ରର ଜୁସ୍ ପ୍ରତ୍ୟେକ ଦିନ ପିଇବା  ଦ୍ୱାରା ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ପେଟ ବ୍ୟଥା, ବଦହଜମି, ଗ୍ୟାସ୍ ଭୋଳି ରୋଗରୁ ମୁକ୍ତି ଦେଇଥାଏ । ଅମୃତ ଭଣ୍ଡା ପତ୍ର ପ୍ରୋଟିନକୁ ହଜମ କରିବାରେ ମଧ୍ୟ ସାହାଜ୍ୟ କରିଥାଏ।

କେଶ ଉପୁଡ଼ିବାରୁ ରକ୍ଷା ମିଳେ-  ଅମୃତ ଭଣ୍ଡା ପତ୍ର ସେବନ କରିବା ଦ୍ଵାରା କେଶ ମଜବୁତ ହେବା ସହିତ ନୂଆ କେଶ ଉଠିବାରେ ମଧ୍ୟ ସାହାଯ୍ୟ କରେ। ଏଥିରେ ପୂର୍ଣ୍ଣମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଥିବାରୁ ଉପି ଭଳି ସମସ୍ୟା ଦୂର ହୋଇଥାଏ।

କିପରି ପ୍ରସ୍ତୁତ କରିବେ ଅମୃତ ଭଣ୍ଡା ପତ୍ର ଜୁସ୍ ?

ଏଥିପାଇଁ ଅମୃତ ଭଣ୍ଡା ପତ୍ର ନେଇ ସେଥିରେ ଆବଶ୍ୟକ ପରିମାଣରେ ପାଣି ମିଶାଇ ଭଲକରି ଗ୍ରାଇଡିଂ କରି ଆପଣ ଜୁସ୍ ପ୍ରସ୍ତୁତ କରିପାରିବେ। ଏହାପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଏବଂ ଚିନି ମିଶାଇ ଏହାକୁ ପିଇପାରିବେ।

Leave a Reply

Your email address will not be published. Required fields are marked *