Pratidin TV

Odisha's Digital News Platform

ପୋଲିସ ଇନ୍ସପେକ୍ଟରଙ୍କୁବି ଛାଡିଲେନି : ବିଚ୍ ରାସ୍ତାରେ ବେକରୁ ଝିଙ୍କିନେଲେ ଚେନ୍ …

1 min read

ନୟାଗଡ଼ : ଡକାୟତ ଡକାୟତି କରନ୍ତି,ଲୁଟନ୍ତି ନିଜ କାଇଦାରେ। ନିକାଞ୍ଚନ ଆଢ଼ୁଆଳ ସ୍ଥାନ ଦେଖି ଲୁଟ୍ କରନ୍ତି ବିଚ୍ ରାସ୍ତାରେ । ପୋଲିସର ଗନ୍ଧ ପାଇଲେ ଆଖି ପିଛୁଳାକେ ଚିତ୍ ପଟାଙ୍ଗ ମାରନ୍ତି କାହିଁ , କେଉଁଆଡେ । କେହିବି ଟେର ପାଆନ୍ତିନି । ଡକାୟତଙ୍କୁ ଧରିବାକୁ ପୋଲିସଙ୍କୁ ନାକେଦମ୍ ହେବାକୁ ପଡ଼େ। ହେଲେ ଖୋଦ୍ ନୟାଗଡ଼ରେ ପୋଲିସକୁ ବିଚ୍ ରାସ୍ତାରେ ଚକମା ଦେଖାଇ ପୋଲିସ ଇନ୍ସପେକ୍ଟରଙ୍କ ଠାରୁ ସୁନାଚେନ୍ ଲୁଟ୍ କରି ଡକାୟତ ବାଟବଣା କରିଥିବା ନଜରକୁ ଆସିଛି। ଅବଶ୍ୟ ପୋଲିସର ରଣକୌଶଳରେ ଡକାୟତ ଧରାପଡି ଗିରଫ ହୋଇଥିବା ଜଣାପଡିଛି। ବିଭିନ୍ନ ଚୋରୀ ଓ ଡକାୟତି କାର୍ଯ୍ୟରେ ଲିପ୍ତ ଥିବା ଦୁଇ ଜଣ ଡକାୟତଙ୍କୁ କାବୁ କରିଛି ନୟାଗଡ଼ ଟାଉନ ଥାନା ପୁଲିସ । ଗତ ୯ ତାରିଖରେ ମହିଳା ଇନିସ ପେକ୍ଟର ମନୋରମା ମଲ୍ଲିକ ନିଜ ଘରକୁ ଫେରୁଥିବା ବେଳେ ତାଙ୍କ ବେକରୁ ଦୁଇ ଜଣ ଦୁର୍ବୁତ କଳା ପଲ୍ସସରରେ ଆସି ସୁନା ଚେନ ଲୁଟ କରିଥିଲେ । ସେହିପରି ପିଟିଏସରେ କାର୍ଯ୍ୟରତ ନର୍ସ ଅନିତାଙ୍କ ଠାରୁ ଲୁଟ ହୋଇଥିଲା । ଡକାୟତଙ୍କୁ ଧରିବା ପାଇଁ ଟାଉନ ଥାନା ପକ୍ଷରୁ ଏକ ଟିମ ଗଠନ କରାଯାଇଥିଲା ।

ଏହି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗଦାପ୍ରସାଦ ହାଉସିଂ ବୋର୍ଡରେ ରହୁଥିବା କାଳି ପ୍ରସାଦ ରାଉତ ଓ ଖୋର୍ଦ୍ଧା ଥାନା ପାଲାମାଝି ସାହିରେ ରହୁଥିବା ସମ୍ପଦ ଦାସଙ୍କୁ ନୟାଗଡ଼ ଟାଉନ ଥାନା ପୋଲିସ ଗିରଫ କରିଛି । ଏହି ଦୁଇ ଜଣଙ୍କ ନାମରେ ୨୦ ରୁ ଉର୍ଦ୍ଧ ମାମଲା ବିଭିନ୍ନ ଥାନାରେ ରହିଛି । ନୟାଗଡ଼ ଟାଉନ ଥାନା ୧୧୭/୨୦୨୩, ୧୧୮/୨୦୨୩ ଓ ରଣପୁର ଥାନା ୧୮୪/୨୦୨୩ ତିନିଗୋଟି ମାମଲା ରୁଜ କରାଯାଇଥିଲା ।ନୟାଗଡ଼ ଟାଉନ ଥାନାର ସ୍ବତନ୍ତ୍ର ଟିମ ଚଢ଼ାଉ କରି ସେମାନଙ୍କ ଠାରୁ ୪ ଗୋଟି ସୁନା ଚେନ ଧରିବା ସହ ଏକ ପଲସର ଗାଡିକୁ ପୋଲିସ ଜବତ କରିଛି ।

Advertisement

ମହିଳା ଇନିସପେକ୍ଟର ମନୋରମା ମଲ୍ଲିକ ଓ ନର୍ସଙ୍କର ସୁନା ଚେନକୁ ଉଦ୍ଧାର କରାଯାଇଛି । ଏଥୁ ସହିତ ନର୍ସଙ୍କର ସୁନା ଚେନ ମିଳିଛି । ଏହି ଦୁଇ ଡକାୟତ ବିଭିନ୍ନ ସ୍ଥାନରେ ଦିନ ଦ୍ବିପ୍ରହରେ ଲୁଟ କରୁଥିଲେ । ସେମାନଙ୍କୁ କୋର୍ଟ ଫରୱାର୍ଡ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ନୟାଗଡ଼ ଏସଡିପିଓ ସ୍ନେହାଶିଷ ସାହୁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରଜ୍ଞାପାରମିତା ଜେନା, ସବ ଇନିସପେକ୍ଟର ଧର୍ମେନ୍ଦ୍ର ଶିଆଳ, ଶିବ ରଞ୍ଜନ ସିଂଘା, କନେଷ୍ଟବଳ ଦିଲ୍ଲିପ ବେହେରା, ବାବୁଲାଲ ଗୁରୁ, ସାଇବର ସେଲର କନେଷ ଲକ୍ଷ୍ମୀକାନ୍ଥ ବରାଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *