Pratidin TV

Odisha's Digital News Platform

ଅଧା ରହିଗଲ ୪ ଛାତ୍ରଙ୍କ ସ୍ୱପ୍ନ : କୁଆଖାଇ ନଦୀକୁ ଗାଧୋଇବାକୁ ଯାଇ ଶବ ହୋଇ ଫେରିଲେ …

1 min read

ଭୁବନେଶ୍ୱର : ଚୋରା ବାଲି ଚୋରାଇ ନେଲା ଜୀବନ । ୪ ମା’ ର କୋଳ ଖାଲି କରିଦେଲା କୁଆଖାଇ ନଦୀ । କ୍ଷଣିକ ଖୁସି ଦେଇଗଲା ଦୁଃଖର କଳାପାହାଡ । ଏକାସାଙ୍ଗେ ଆଖିବୁଜିଦେଲେ ୪ ଛାତ୍ର । କେଉଁଠି ନାତିକୁ ଖୋଜୁଛି ଜେଜେ ମା ତ ପୁଣି
କେଉଁଠି ବାପା କହୁଛି ମୁଁ ମଲା ବେଳେ କିଏ ମୋ ମୁହଁରେ ନିଆଁ ଦବ । ଆଉ କାହାର ବୁଢା ଜେଜେବାପାଟା ବିଶ୍ୱାସ କରିପାରୁନି ନାତିର ମୃତ୍ୟୁକୁ । ଏଭଳି କିଛି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱରର ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଆସିଆନ ବୟଜ୍ ହଷ୍ଟେଲରେ ।

ସୂଚନା ଅନୁଯାୟୀ ଗତକାଲି ଉକ୍ତ ହଷ୍ଟେଲର ୮ ଜଣ ଛାତ୍ର କୁଆଖାଇ ନଦୀ ପଠାକୁ ଭୋଜି କରିବାକୁ ଯାଇଥିଲେ । ସେଠାରେ ଭୋଜି କରି ଖାଇସାରିବା ପରେ ସମସ୍ତେ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେଇ ନଦୀ ପଠାରେ ହିଁ ମୃତ୍ୟୁ ଯେପରି ତାଙ୍କ ବାଟ ଚାହିଁ ବସିଥିଲା । ଚୋରା ବାଲିରେ ହଠାତ୍ ଗୋଡ ପଡିଯିବାରୁ ୪ ଜଣ ଛାତ୍ର କୁଆଖାଇ ନଦୀରେ କୁଆଡେ ଅଦୃଶ୍ୟ ହୋଇଯାଇଥିଲେ । ଏହା ଦେଖି ଅନ୍ୟ ୪ ଛାତ୍ର ସେଠାରୁ ଡରି ପଳାଇଆସିଥିଲେ । ସ୍ଥାନୀୟ ଲୋକଙ୍କୁ ଏସବୁ ଜଣାଇବା ପରେ ବାଲିଅନ୍ତା ଥାନା ଓ ଅଗ୍ନିଶମ ବାହିନୀକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ । ତେବେ ଅଗ୍ନିଶମ ବାହିନୀ ଓ ବାଲିଅନ୍ତା ଥାନା ପୋଲିସ ସେଠାରେ ପହଞ୍ଚି ସର୍ଚ୍ଚ ଅପରେଶନ ଜାରି କରିଥିଲା । ଦୀର୍ଘ ୧୨ ଘଣ୍ଟାର ସର୍ଚ୍ଚ ଅପରେଶନ ପରେ ୪ ଛାତ୍ରଙ୍କ ମୃତଦେହ ପାଇଥିଲେ ଅଗ୍ନିଶମ ବାହିନୀ । ତେବେ ମୃତକ ଛାତ୍ରମାନେ ହେଲେ ଝାରଖଣ୍ଡ ଜମସେଦପୁରର ଆରୟନ୍ ମିଶ୍ର , କଟକ ର କୁମାର ଅବିନାଶ , ବାଲେଶ୍ୱରର ରୋହିତ ପରିଡା ଓ କଟକ ବାଲିକୁଦାର ପ୍ରତୀକ ଧଳ ସାମନ୍ତ ।

Advertisement

ଏହି ୪ଜଣ ସାଙ୍ଗ ହେଉଛନ୍ତି ଏମବିଏ ଓ ବିଏସସି ଷ୍ଟୁଡେଣ୍ଟ । ସବୁଦିନ ପରି ସେ ହଷ୍ଟେଲରୁ ବାହାରି ଇଣ୍ଟନସିପ୍ ପାଇଁ ଅଫିସ ଯାଆନ୍ତି କିନ୍ତୁ କାଲି କଣ ଏମିତି ହେଲାଯେ ସେମାନେ ନଦୀକୁ ଯାଇଥିଲେ ଗାଧୋଇବା କିନ୍ତୁ ଶବ ହୋଇ ଫେରିଲେ । ସତେ ଯେମିତି ନଦୀ ପଠାରେ କାଳ ଜମ ଜୀବନ ନେବା ପାଇଁ ଜଗି ବସିଥିଲା । ହସଖୁସିର ସମୟରେ ଲୁହର ନଦୀ ପାଣି ଭଳି ବୋହିଗଲା । ବଢିଲା ପୁଅକୁ ହରାଇ ବାପ ମାଙ୍କ ଆଖିରୁ ସୁଖୁନି ଲୁହ । ବାହୁନି ବାହୁନି କାନ୍ଦି କାନ୍ଦି କହୌୁଛନ୍ତି କିଏ ମୋ ମୁହଁରେ ନିଆଁ ଦେବ । ଆଉ କିଏ କହୁଛି ମୋ କୋକେଇକୁ କିଏ କାନ୍ଧେଇବ । ଯାହାକୁ ଆମେ ଆଶା ଭରଷା କରିଥିଲୁ ଏବେ ତା କୋକେଇକୁ ଆମେ କାନ୍ଧରେ ଶ୍ମଶାନକୁ ନେବୁ ।ଏତେସବୁ ପରେ ପରିବାର ଲୋକେ କଲେଜ୍ କତ୍ତୁପକ୍ଷଙ୍କୁ ଦାୟୀ କରିିଛନ୍ତି କଲେଜର ଅବହେଳା ପାଇଁ ପିଲାଙ୍କ ଜୀବନ ଯାଇଛି । କିନ୍ତୁ ଏହି ସମୃକ୍‌ତ ଘଟଣାକୁ କଲେଜ କର୍ତୁପକ୍ଷ ଖଣ୍ଡନ କରିଛନ୍ତି । ସବୁଦିନ ଭଳି ପିଲା ହଷ୍ଟେଲରୁ ଯାଆନ୍ତି ଓ ଫେରିଆସନ୍ତି କିନ୍ତୁ କାଲି ଯାଇଥିବା ପିଲା ଆଉ ଫେରିନଥିଲେ । ଆମେ ସମସ୍ତଙ୍କୁ ଖବର ଦେଇଥିଲୁ ବୋଲି ସଫେଇରେ କହିଛନ୍ତି ହଷ୍ଟେଲ କତ୍ତୃପକ୍ଷ ।

Leave a Reply

Your email address will not be published. Required fields are marked *