Pratidin TV

Odisha's Digital News Platform

ବଲାଙ୍ଗୀରରେ ଚାଞ୍ଚଲ୍ୟ : ଘରେ ପଶି ଛାତ୍ରୀଙ୍କ ତଣ୍ଟି କାଟିଦେଲେ ଦୁବୁର୍ତ୍ତ …

1 min read

ବଲାଙ୍ଗୀର : ପୁଣି ରାଜ୍ୟରେ ଚାଞ୍ଚଲ୍ୟ । ଘରେ ପଶି ଛାତ୍ରୀଙ୍କ ତଣ୍ଟି କାଟି ଫେରାର୍ ହୋଇଗଲେ ଦୁବୁର୍ତ୍ତ । ବଲାଙ୍ଗୀର ଜିଲ୍ଲାରେ ଘଟିଯାଇଛି ଏଭଳି ଏକ ବିଭତ୍ସ ହତ୍ୟା । ମୃତ ଛାତ୍ରୀଙ୍କ ନାମ ସେସାଦ୍ରୀ ନାଗ (୧୫) ବୋଲି ଜଣାପଡିଛି । ତେବେ ଝିଅ ଏଥର ମାଟ୍ରିକ ପାସ କରିଥିବା ପରେ ଗତକାଲି କଲେଜରେ ନାମ ଲେଖାଇଥିଲେ । ଯାହାକୁ ନେଇ ଘରେ ଖୁସିର ମାହୋଲ ଥିଲା । କିନ୍ତୁ ଆଜି ଘରର ବନ୍ଦ କଠରୀ ମଧ୍ୟରେ ରକ୍ତାକ୍ତ ଅବସ୍ଥାରେ ପଡିରହିଛି ଝିଅର ମୃତ ଦେହ । ଯାହାକୁ ବିଶ୍ୱାସ କରିପାରିନାହନ୍ତି ପରିବାର । ଏନେଇ ପୁରା ଅଞ୍ଚଳରେ ଛାଞ୍ଚଲ୍ୟ ଖେଳିଯାଇଥିବା ବେଳେ ବଲାଙ୍ଗୀର ଟାଉନପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣା ର ତଦନ୍ତ କରୁଛି ।

କିନ୍ତୁ ଏହି ଜଘନ୍ୟ ହତ୍ୟାର ସଠିକ୍ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । କିଏ କାହିଁକି ନାବାଳିକା ଝିଅଟିକୁ ଘର ଭିତରେ ପଶି ହତ୍ୟା କରି ଫେରାର୍ ହୋଇଗଲା ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହି ମାମଲାଟି ଯୁବ ପୀଢିଙ୍କ ଏକତରଫା ପ୍ରେମ ଦିଗକୁ କେନ୍ଦ୍ରୀଭୂତ କରୁଥିବା ବେଳେ ପୋଲିସ ସମୃକ୍ତ ମାମଲାରେ ଜୋରସୋର ତଦନ୍ତ ଚଳାଇଛି ।

Advertisement

Leave a Reply

Your email address will not be published. Required fields are marked *