Pratidin TV

Odisha's Digital News Platform

ବିଦ୍ୟାଳୟରେ ଜଣେ ଛାତ୍ରୀରେ ଚାଲିଛି ପାଠପଢା, କାହିଁକି ଆସିଲେନି ଆଉ ୯୭

ଦେବଗଡ଼ ; ଦିନ ୧୧ଟା ହେଲାଣି ହେଲେ ସ୍କୁଲ ଖାଲି ଗୋଟିଏ ଛାତ୍ରରେ ଚାଲିଛି ପାଠପଢା, କ୍ଲାସରେ ନାହାଁନ୍ତି ଆଉ ୯୭ ଛାତ୍ରଛାତ୍ରୀ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତିମୁର ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା । ଦିନ ୧୧ ସମୟ ହେଲାଣି କିନ୍ତୁ କ୍ଲାସରୁମ ଖାଲି ।

ସୂଚନା ଅନୁଯାୟୀ ଗତ ୧୧ତାରିଖ ଦିନ ସ୍କୁଲ ଭିତରେ ୨ପିଲାଙ୍କ ମଧ୍ୟରେ ଝଗଡାକୁ ନେଇ ଶିକ୍ଷକ ଓ ସ୍କୁଲ ସଭାପତିଙ୍କ ମଧ୍ୟରେ କୈଣସି କଥା କଟାକଟିକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ଏନେଇ ଶିକ୍ଷକ ଜଣକ ଥାନାରେ ମଧ୍ୟ ଏତଲା ଦେଇଥିଲେ କିନ୍ତୁ ଅଭିଭାବକ ମାନଙ୍କ ବୈଠକ ବସିବା ପରେ ଏତଲା ଉଠାଇ ଆଣିଥିବା ଜଣାପଡିଛି । ଏଥିରେ କୈାଣସି ସମାଧାନ ନହେବାରୁ ଆଜି ସ୍କୁଲକୁ ପିଲାମାନେ ଆସିନଥିବା ଦେଖିବାକୁ ମିଳିଛି ।

ଘଟଣା ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ ଏ ବିଷୟରେ ଜାଣିନଥିବା କହିଛନ୍ତି ।ଏହାର ମୁଖ୍ୟ କାରଣ ବିଦ୍ୟାଳୟରେ ବହୁଦିନ ହେଲା ପ୍ରଧାନଶିକ୍ଷକ ନିଯୁକ୍ତି ନହେବାରୁ ଅସନ୍ତୋଷ ତେଜୁଛି । ଆଗରୁ ମଧ୍ୟ ସ୍କୁଲରେ ଅଭିଭାବକ ମାନେ ଶିକ୍ଷକ ବଦଳି ଓ ପ୍ରଧାନ ଶିକ୍ଷକଙ୍କ ନିଯୁକ୍ତି ନିମନ୍ତେ ତାଲା ମାରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *